ଦେବଗଡ:ଜିଲ୍ଲାରେ ସଡକ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ସ୍କୁଲ ପିଲାଙ୍କୁ ନେଇ ଆସୁଥିବା ବୋଲେରେ । ୮ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା । ଗତକାଲି(ମଙ୍ଗଳବାର) ୪୯ ନମ୍ଵର ଜାତୀୟ ରାଜପଥ ଭୁକାବେଡା ନିକଟରେ ହୋଇଥିଲା ଏହି ଦୁର୍ଘଟଣା । ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାଅନୁସାରେ, ମଙ୍ଗଳବାର ବିଦ୍ୟାଳୟ ଛୁଟି ହେବା ପରେ ସବୁ ଦିନ ପରି ଏକ ଘରୋଇ ବୋଲେରୋରେ ପ୍ରାୟ ୧୩ଜଣ ଛାତ୍ରଛାତ୍ରୀ ନିଜ ଘର ଦେବଗଡ଼କୁ ଫେରୁଥିଲେ । ତେବେ ସେହି ସମୟରେ ୪୯ ନମ୍ଵର ଜାତୀୟ ରାଜପଥ ଭୁକାବେଡା ନିକଟରେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ବୋଲେରୋ । ଫଳରେ ଘଟଣା ସ୍ଥଳରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଆହତ ସମସ୍ତ ଛାତ୍ରଛାତ୍ରୀ ଦେବଗଡ ସହରର ହୋଇଥିବା ସୂଚନା ମିଳିଛି। ଆହାତ ଛାତ୍ରଛାତ୍ରୀମାନେ ହେଲେ କ୍ରିସ ବେହେରା (୧୬), ଓମ ଦେହୁରୀ (୧୫) , ବୈଭବବର୍ଣ୍ଣ ଦାସ (୧୫), ଚନ୍ଦନ ବେହେରା (୧୩) , ଚର୍ଚ୍ଚିତ ପ୍ରଧାନ (୧୫), ପ୍ରଜ୍ଞା ପରମିତା ନାଏକ (୧୩), ଅଭିଲିପ୍ସା ସାହୁ (୧୩) ଓ ସୋନାଲି ପ୍ରସାଦ (୧୩) । ତେବେ ଓମ ଓ କ୍ରିସଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବରପାଇ ଦେବଗଡ ଜିଲ୍ଲାପାଳ ସୌମେଶ ଉପାଧ୍ୟାୟ ଏବଂ ସିଡିଏମଓ ସାଧନା ଦାଶ ଘଟଣାସ୍ଥଳରେ ପହଞ୍ଚି ଛାତଛାତ୍ରୀମାନଙ୍କ ଚିକିତ୍ସା ସଂପର୍କରେ ତଦାରଖ କରିଥିଲେ ।