ଓଡିଶା

odisha

ETV Bharat / state

ଜଳଭଣ୍ଡାରରେ ବାଜି ଲାଗିଛି ଜୀବନ, ନଦୀପାର ହେଉଛନ୍ତି 20ଛାତ୍ରଛାତ୍ରୀ - ଦେବଗଡରେ ନଦୀପାର ହେଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ ଟ

ନିଜେ କାତ ମାରି ଭବିଷ୍ୟତ ଗଢିବା ପାଇଁ ସଂଘର୍ଷ କରୁଛନ୍ତି ଛାତ୍ରଛାତ୍ରୀ। ପ୍ରତିଦିନ ଏମିତି ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର କରନ୍ତି ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ଖଇରପାଲି ଗାଁର କୁନି ଛାତ୍ରଛାତ୍ରୀ। ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

school student issue in deogarh
ନଦୀପାର ହେଉଛନ୍ତି 20ଛାତ୍ରଛାତ୍ରୀ

By

Published : Dec 15, 2019, 8:59 PM IST

ଦେବଗଡ: ଜଳଭଣ୍ଡାରରେ ବାଜି ଲାଗିଛି ଜୀବନ । ମାଛଧରା ଡଙ୍ଗା ସାଜିଛି ବାହନ । ନିଜେ କାତ ମାରି ଭବିଷ୍ୟତ ଗଢିବା ପାଇଁ ସଂଘର୍ଷ କରୁଛନ୍ତି ଛାତ୍ରଛାତ୍ରୀ । ପ୍ରତିଦିନ ଏମିତି ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର କରନ୍ତି ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ଖଇରପାଲି ଗାଁର କୁନି ଛାତ୍ରଛାତ୍ରୀ।

ରେଙ୍ଗାଲି ଜଳଭଣ୍ଡାର ତଟରେ ଅବସ୍ଥିତ ଖଇରପାଲି ଗାଁ । ଗାଁରେ ବାସ କରନ୍ତି ପ୍ରାୟ 30ଟି ଧୀବର ପରିବାର । ନା ଗାଁରେ ଅଛି ପ୍ରାଥମିକ ବିଦ୍ୟାଳୟ ନା ଅଙ୍ଗନବାଡି କେନ୍ଦ୍ର । ରେଙ୍ଗାଲି ଜଳଭଣ୍ଡାର ପାରି ହୋଇ ପ୍ରତିଦିନ ସୂଦୁର ସିଆରୀମାଳିଆ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାନ୍ତି 20 ଛାତ୍ରଛାତ୍ରୀ। ଗାଁରେ ଥିବା ରାସ୍ତା ଦେଇ ଗଲେ 5କିଲୋମିଟର ଯିବାକୁ ପଡେ। ଫଳରେ ଠିକ୍ ସମୟରେ ସ୍କୁଲରେ ପହଞ୍ଚି ପାରନ୍ତି ନାହିଁ ପିଲା।

ସରପଞ୍ଚ, ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ସମସ୍ୟା ବିଷୟରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏହାକୁ ନେଇ ଆମ ଇଟିଭି ଭାରତ ପ୍ରତିନିଧି ପହଞ୍ଚିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ । ବର୍ତ୍ତମାନ ସ୍କୁଲ କରିବା ସମ୍ଭବ ନୁହେଁ। ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ଗାଡିର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶିକ୍ଷା ଅଧିକାରୀ।

ନଦୀପାର ହେଉଛନ୍ତି 20ଛାତ୍ରଛାତ୍ରୀ

ସମସ୍ୟାକୁ ଦେଖି ଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ଖୋଲିବାକୁ ଗାଁ ଲୋକେ ଦାବି କରିଛନ୍ତି । ଦେଖିବାକୁ ବାକି ରହିଲା କେବେ ଏହି ସମସ୍ୟାର ସମାଧାନ ହେଉଛି।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details