ଓଡିଶା

odisha

ETV Bharat / state

କାରକୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ - sambalpur mp met an accident

ଦୁର୍ଘଟଣାର ଶିକାର ହେଲେ ସାଂସଦ । ଗୁରୁବାର ରାତିରେ ଦୁର୍ଘଟଣା ଘଟିଥିବାବେଳେ, ସାଂସଦଙ୍କ କୌଣସି କ୍ଷତି ହୋଇନାହିଁ । ଅଧିକ ପଢନ୍ତୁ...

ସାଂସଦଙ୍କ କାରକୁ ପଛରୁ ପଟିଲା ଟ୍ରକ
ସାଂସଦଙ୍କ କାରକୁ ପଛରୁ ପଟିଲା ଟ୍ରକ

By

Published : Nov 13, 2020, 9:56 AM IST

Updated : Nov 13, 2020, 10:40 AM IST

ଦେବଗଡ: ଦୁର୍ଘଟଣାର ଶିକାର ହେଲେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ । ଗୁରୁବାର ରାତିରେ ସମ୍ବଲପୁରରୁ ଦେବଗଡ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସାଂସଦ ।

ସୂଚନା ଅନୁଯାୟୀ, ଗୁରୁବାର ରାତି 10 ଟା ସମୟରେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ସମ୍ବଲପୁରରୁ ଦେବଗଡ ଅଭିମୁଖେ ଫେରୁଥିଲେ । ତିଳେଇବଣି ବ୍ଲକ କୁରଡ ଗାଁ ନିକଟ 49 ନଂ ଜାତୀୟ ରାଜପଥରେ କାର (OD 0U 2323 )କୁ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରୁ ସାଂସଦ ବର୍ତ୍ତି ଯାଇଛନ୍ତି ହେଲେ କାରଟି ପଛରୁ ଆଂଶିକ କ୍ଷତି ହୋଇଛି । ରାସ୍ତାରେ ଏକ ଗାଡି ଦେଖି ଡ୍ରାଇଭର ବ୍ରେକ ମାରିବାରୁ ପଛରେ ଆସିଥିବା ଟ୍ରକ ଟି କାରକୁ ଧକ୍କା ଦେଇଥିଲା ।

ବର୍ତ୍ତମାନ 49 ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁରହିଛି । ରାସ୍ତାସାରା ବହୁ ଗାଡ଼ ଖାଲରେ ଭର୍ତ୍ତି ହୋଇଛି । ସମ୍ପୃକ୍ତ ଠିକା ସଂସ୍ଥା ରାସ୍ତାର ମରାମତି ପ୍ରତି ଦୃଷ୍ଟି ଦେଉ ନଥିବାରୁ ପ୍ରତିଦିନ ଏହି ରାସ୍ତାରେ ବହୁ ଛୋଟବଡ ଦୁର୍ଘଟଣାମାନ ଘଟିବାରେ ଲାଗିଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

Last Updated : Nov 13, 2020, 10:40 AM IST

ABOUT THE AUTHOR

...view details