ଓଡିଶା

odisha

ETV Bharat / state

ମରଣଯନ୍ତା ପାଲଟିଛି ମୁମ୍ବାଇ-କଲିକତା ୪୯ ନମ୍ବର ଜାତୀୟ ରାଜପଥ - road problem in deogarh

ଦେବଗଡ ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ରାସ୍ତା ନିର୍ମାଣରେ ପ୍ରଶାସନର ବେଖିଆଲି ମନୋଭାବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

road problem in deogarh
ମରଣଯନ୍ତା ପାଲଟିଛି ମୁମ୍ବାଇ - କଲିକତା ୪୯ ନମ୍ବର ଜାତୀୟ ରାଜପଥ

By

Published : Dec 17, 2019, 9:14 PM IST

ଦେଓଗଡ: ଜିଲ୍ଲା ଦେଇ ଯାଇଥିବା ମୁମ୍ବାଇ - କଲିକତା ୪୯ ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ଦିନକୁ ଦିନ ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ରାସ୍ତାରେ ଯାତାୟତ ପାଇଁ ସୁରକ୍ଷିତ ମଣୁ ନାହାନ୍ତି ଲୋକେ ।

ମରଣଯନ୍ତା ପାଲଟିଛି ମୁମ୍ବାଇ - କଲିକତା ୪୯ ନମ୍ବର ଜାତୀୟ ରାଜପଥ

ଦେବଗଡ଼ ଜିଲ୍ଲା ମଧ୍ୟଭାଗ ଦେଇ ଅତିକ୍ରମ କରିଛି ମୁମ୍ବାଇ - କଲିକତା ୪୯ ନମ୍ବର ଜାତୀୟ ରାଜପଥ । ଏହି ବ୍ୟସ୍ତବହୁଳ ରାଜପଥରେ ପ୍ରତିଦିନ ଚଳାଚଳ କରିଥାଏ ହଜାର ହଜାର ସଂଖ୍ୟାରେ ଯାନବାହନ । ତେବେ ଦୀର୍ଘ ଦୁଇବର୍ଷ ହେବ ଜିଲ୍ଲାର ତିଳେଇବଣି ବ୍ଲକ ମହକୁମା ଠାରୁ ଦେବଗଡ଼ ସହର ଦେଇ ବାରକୋଟ ବ୍ଲକ ମହକୁମା ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ରାସ୍ତା ଆଉ ଯାତାୟତ ଉପଯୋଗ ହୋଇ ରହିନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ରାସ୍ତାର କେଉଁଠି ପିଚୁ ଉଠି ଯାଇଛି ତ ପୁଣି କେଉଁଠି ଖାଲଖମାରେ ଭର୍ତ୍ତି । ଯାନବାହନ ଚଳାଚଳ ସମୟରେ ରାସ୍ତାରେ ପ୍ରବଳ ଧୂଳି ଉଡି କୁହୁଡ଼ିର ଭ୍ରମ ମଧ୍ୟ ସୃଷ୍ଟି କରୁଛି । ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ପାଣି ଓ କାଦୁଅ ଜମି ରହୁଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ବିପଦ ସଙ୍କୁଳ ରାସ୍ତା ଯୋଗୁଁ ବହୁ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ରାସ୍ତାର ସ୍ଥାୟୀ ମରାମତି ପାଇଁ ଜିଲ୍ଲାବାସୀ ଓ ଜିଲ୍ଲାର ବିଭିନ୍ନ ରାଜନୈତିକ ସଂଗଠନ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ସୁଦ୍ଧା ଫଳ ଶୂନ । ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଅଭିଯୋଗ ହୋଇଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details