ଦେବଗଡ଼: କାଠ ପଟା ଚୋରାଚାଲାଣ ବେଳେ ରିଆମାଳ ବନବିଭାଗର ଚଢାଉ । ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ଅଧିନ ରେଙ୍ଗାଳବେଡା - ମହାସିନ୍ଧୁ ରାସ୍ତାରେ ଗତକାଲି (ଶୁକ୍ରବାର) ରାତିରେ ଏକ ପିକଅପ ଭ୍ୟାନ ଯୋଗେ କାଠ ପଟା ଚୋରାଚାଲାଣ ହେଉଥିବା ବେଳେ ରିଆମାଳ ବନବିଭାଗ ପକ୍ଷରୁ ଚଢାଉ କରାଯାଇ 25 ଖଣ୍ଡ କାଠପଟା ସହ ପିକଅପ ଭ୍ୟାନକୁ ଜବତ କରାଯାଇଛି ।
କାଠ ଚୋରାଚାଲାଣ ବେଳେ ରିଆମାଳ ବନବିଭାଗର ଚଢାଉ, 3 ଗିରଫ - timber smuggling
କାଠ ପଟା ଚୋରାଚାଲାଣ ବେଳେ ରିଆମାଳ ବନବିଭାଗ ପକ୍ଷରୁ ଚଢାଉ କରାଯାଇ 25 ଖଣ୍ଡ କାଠପଟା ସହ ପିକଅପ ଭ୍ୟାନକୁ ଜବତ କରାଯାଇଛି । ଏଥିସହ ଏହି କାରବାରରେ ସମ୍ପୃକ୍ତ ଥିବା 3 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଅଧିକ ପଢନ୍ତୁ...

କାଠ ଚୋରାଚାଲାଣ ବେଳେ ରିଆମାଳ ବନବିଭାଗର ଚଢାଉ, 3 ଗିରଫ
ସୂଚନା ଅନୁଯାୟୀ, ରାତି ପ୍ରାୟ 10 ଟା ସମୟରେ କାଠ ବୋଝେଇ ପିକଅପ ଭ୍ୟାନ ଯାଉଥିବା ସମ୍ପର୍କରେ ଖବର ପାଇ ଗୁଣ୍ଡିଆପାଲି ଫରେଷ୍ଟର ଓ ଅନ୍ୟ ବନ କର୍ମଚାରୀ ମାନେ ଚଢ଼ାଉ କରିଥିଲେ । ଏଥିସହ ଏହି କାରବାରରେ ସମ୍ପୃକ୍ତ ଥିବା 3 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ତେବେ ଅଭିଯୁକ୍ତ 3 ଜଣ ହେଲେ ପାଇକ ନଗର ଗାଁ ର ଅମ୍ବିକା ଅମାତ, ଶିବ ଦଳବେହେରା ଓ ମନୋରମା ସାହୁ ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ