ଦେବଗଡ଼ : ଜିଲ୍ଲା ରିଆମାଳ ବ୍ଲକ ନାଉଳିପଡା ପଞ୍ଚାୟତର ତିଳେଇପଶି ଗାଁ । ଏହି ଗାଁରେ ବସବାସ କରନ୍ତି 72ଟି ଗରିବ ଆଦିବାସୀ ପରିବାର । ଏହି ପରିବାରଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଖଣ୍ଡିଏ ପକ୍କା ଘର । ଝାଟିମାଟି ଓ ନଡ଼ାଛପର କୁଡ଼ିଆରେ ଦୟନୀୟ ଭାବେ ବର୍ଷ ବର୍ଷ ଧରି ଦିନ କାଟି ଆସୁଛନ୍ତି ଗାଁର 72ଟି ପରିବାର ।
ସେପଟେ ଗରିବ ବାସହୀନ ଲୋକଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ପାଇଁ ସରକାର ବିଜୁ ପକ୍କା ବାସଗୃହ ଯୋଜନା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତ କେତେକଣ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି । ହେଲେ ତିଳେଇପଶି ଗାଁର ଏହି ଗରିବ ବାସହୀନ ପରିବାରଙ୍କ ପାଖରେ ଏହି ସରକାରୀ ଯୋଜନା ଆଜିବି ଅପହଞ୍ଚ ହୋଇ ରହିଛି ।