ଓଡିଶା

odisha

ETV Bharat / state

ବିନା ଭକ୍ତରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କଲେ ଚତୁର୍ଦ୍ଧା ମୁର୍ତ୍ତି - ଚତୁର୍ଦ୍ଧା ମୁର୍ତ୍ତୀ

ବିନା ଭକ୍ତଙ୍କ ସମାଗମରେ ଆଜି ସନ୍ଧ୍ୟାରେ ଦେବଗଡ଼ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଛନ୍ତି ଚତୁର୍ଦ୍ଧାମୁରତି । ସାରା ବିଶ୍ୱରେ ଦେଖାଦେଇଥିବା କୋରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥଯାତ୍ରା କଟକଣା ଯୁକ୍ତ କରାଯାଇଛି । ଅଧିକ ପଢନ୍ତୁ..

ଦେବଗଡ଼
ଦେବଗଡ଼

By

Published : Jun 25, 2020, 9:53 PM IST

ଦେବଗଡ଼: ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ବିନା ଭକ୍ତଙ୍କ ସମାଗମରେ ଆଜି ସନ୍ଧ୍ୟାରେ ଦେବଗଡ଼ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଛନ୍ତି ଚତୁର୍ଦ୍ଧା ମୁରତି । ସାରା ବିଶ୍ୱରେ ଦେଖାଦେଇଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥଯାତ୍ରା ଉପରେ ମାନ୍ୟବର ସୁପ୍ରିମକୋର୍ଟ କେତେକ କଟକଣା ଲଗାଇଛନ୍ତି । ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ରକ୍ଷା କରି ରଥଯାତ୍ରା ପାଇଁ କୋର୍ଟ ଯଦିଓ ଅନୁମତି ପ୍ରଦାନ କରିଛନ୍ତି , ତଥାପି ଯାତ୍ରା ରେ ଭକ୍ତଙ୍କ ଉପସ୍ଥିତି କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ବିନା ଭକ୍ତରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କଲେ ଚତୁର୍ଦ୍ଧା ମୁର୍ତ୍ତୀ

ଏହି ପରିପ୍ରେକ୍ଷୀରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଦେବଗଡ଼ ସହରରେ କେବଳ ପରମ୍ପରା ରକ୍ଷାକରି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ସନ୍ଧ୍ୟାରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ର ଉପସ୍ଥିତିରେ ପୁରୁଣାଗଡ଼ ସ୍ଥିତ ଶ୍ରୀମନ୍ଦିରରୁ ସେବାୟତ ମାନେ ଏକ ଘୋଡାଗାଡି ସାହାଯ୍ୟରେ ଚତୁର୍ଦ୍ଦମୁରାତି ଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆଣିଥିଲେ । ଏହି ସମୟରେ ଯେଭଳି ଭକ୍ତଙ୍କ ଗହଳି ନହେବ ସେଥିପ୍ରତି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଓ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀ ଜଗନାଥ , ବଳଭଦ୍ର , ସୁଭଦ୍ରା ଓ ସୁଦର୍ଶନ ଙ୍କୁ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରାଯାଇଥିଲା ।

ଭକ୍ତଙ୍କ ବିନା ଭଗବାନ ଙ୍କ ଏଭଳି ଘୋଷଯାତ୍ରା ଅନେକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ କରିଥିଲେ ହେଁ , ବିଶ୍ବରେ ବୃଦ୍ଧି ପାଉଥିବା କରନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନର ଏ ନିଷ୍ପତ୍ତିକୁ ସମସ୍ତେ ସମର୍ଥନ କରିଥିଲେ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details