ଓଡିଶା

odisha

ETV Bharat / state

ଶୁଣୁନି ପ୍ରଶାସନ: ଝାଟିମାଟି ଘରେ ବିତୁଛି ଦିନ, ସାତ ସପନ ଆବାସ ଯୋଜନା - Government housing scheme

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ରତନପୁର ଗାଁରେ ଅପହଞ୍ଚ ଆବାସ ଯୋଜନା । ଏହି ଯୋଜନାରେ ଘର ଖଣ୍ଡିଏ ମିଳିନଥିବାରୁ ଝାଟିମାଟି ଘରେ ବିପଦ ଶଙ୍କୁଳ ଅବସ୍ଥାରେ ଦିନ କାଟୁଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ...

ରତନପୁରବାସୀଙ୍କ ଦୁଃଖ: ସାତ ସପନ ପାଲଟିଛି ସରକାରୀ ଆବାସ ଯୋଜନା
ରତନପୁରବାସୀଙ୍କ ଦୁଃଖ: ସାତ ସପନ ପାଲଟିଛି ସରକାରୀ ଆବାସ ଯୋଜନା

By

Published : Nov 24, 2020, 7:57 PM IST

ଦେବଗଡ଼:ଗାଁକୁ ଆଜିବି ଅପହଞ୍ଚ ସରକାରଙ୍କ ଆବାସ ଯୋଜନା । ପକ୍କା ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ଗ୍ରାମବାସୀ । ରେକର୍ଡରେ ଜାଗା ନଥିବା ଦର୍ଶାଇ ଗ୍ରାମବାସୀଙ୍କ ଗୁହାରି ଶୁଣୁନି ପ୍ରଶାସନ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ରତନପୁର ଗାଁରେ ଏଭଳି ଅଭିଯୋଗ ହୋଇଛି । ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନଥିବାରୁ ଝାଟିମାଟି ଘରେ ବିପଦ ଶଙ୍କୁଳ ଅବସ୍ଥାରେ ଦିନ କାଟୁଛନ୍ତି ଗ୍ରାମବାସୀ ।

ରତନପୁରବାସୀଙ୍କ ଦୁଃଖ: ସାତ ସପନ ପାଲଟିଛି ସରକାରୀ ଆବାସ ଯୋଜନା

ରାଇତାବାହାଳ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳି ଜଳଭଣ୍ଡାର ନିକଟରେ ଅବସ୍ଥିତ ରତନପୁର ଗାଁରେ ମୋଟ 30ଟି ପରିବାର ବାସ କରନ୍ତି। କୃଷି ଉପରେ ନିର୍ଭର କରି ସମସ୍ତ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ଆର୍ଥିକ ଅନଟନ ଯୋଗୁଁ ଏହି ପରିବାରଗୁଡ଼ିକ ପକ୍କା ଘର ଖଣ୍ଡିଏ କରି ପାରୁନାହାନ୍ତି । ଏଥିପାଇଁ ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଚାତକ ପରି ଚାହିଁ ରହିଛନ୍ତି ।

ଏନେଇ ବାରମ୍ବାର ପ୍ରଶାସନ ଅଧିକାରୀଙ୍କୁ ଜଣାଇ ସୁଦ୍ଧା କିଛି ଲାଭ ହେଉନି । ଫଳରେ ବାଧ୍ୟ ହୋଇ ଏମାନେ ଝାଟିମାଟି ଘରେ ଦିନ କାଟୁଛନ୍ତି । ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

ଗାଁରେ ଅନ୍ୟ ମୌଳିକ ସୁବିଧା ରହିଛି। ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ ସେବା, ପ୍ରାଥମିକ ବିଦ୍ୟାଳୟ , ଅଙ୍ଗନବାଡି କେନ୍ଦ୍ରଠାରୁ ଆରମ୍ଭ କରି ସ୍ବଚ୍ଛ ମିଶନ ଜରିଆରେ ଗାଁରେ ବ୍ୟକ୍ତିଗତ ଶୌଚାଳୟ ରହିଛି। ତେବେ ଆବାସ ଯୋଜନା ଗାଁରେ ଲାଗୁ ହୋଇ ପାରୁନାହିଁ। ରେଙ୍ଗାଲି ବୁଡି ଅଞ୍ଚଳ ପରିଧିରେ ରତନପୁର ଗାଁ ଆସୁନାହିଁ । ସରକାରୀ କାଗଜ ପତ୍ରରେ ଗ୍ରାମବାସୀଙ୍କ ନାମରେ କୌଣସି ଜାଗା ନଥିବା ଦର୍ଶାଇଛନ୍ତି ପ୍ରଶାସନ ଅଧିକାରୀ । ଏଭଳି ଅଭିଯୋଗ କରିଛନ୍ତି ଗାଁଲୋକେ । ଘଟଣାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ରତନପୁର ଗାଁରେ ଅନ୍ୟାନ ମୌଳିକ ସୁବିଧା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ତେବେ ଏହାପରେ ରତନପୁର ଗାଁ ରେଙ୍ଗାଲି ବୁଡି ଅଞ୍ଚଳ ପରିଧିରେ ଆସୁନାହିଁ ତାହା ପ୍ରଶ୍ନ କରିଛନ୍ତି ଗାଁ ଲୋକେ । ଦେଖିବାକୁ ବାକି ରହିଲା କେବେ ରତନବାସୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଛି ।


ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details