ଓଡିଶା

odisha

ETV Bharat / state

ବିରଳ ପ୍ରଜାତିର ଗୋଧି ଉଦ୍ଧାର କଲା ଦେବଗଡ଼ ବନବିଭାଗ

ବିରଳ ପ୍ରଜାତିର ଗୋଧିକୁ ଉଦ୍ଧାର କରିଛି ଦେବଗଡ ବନ ବିଭାଗ । ଉଦ୍ଧାର ଗୋଧିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଅଧିକ ପଢନ୍ତୁ...

By

Published : Jun 26, 2021, 3:37 PM IST

ଦେବଗଡ଼ ବନବିଭାଗ ଦ୍ୱାରା ବିରଳ ପ୍ରଜାତିର ଗୋଧି ଉଦ୍ଧାର
ଦେବଗଡ଼ ବନବିଭାଗ ଦ୍ୱାରା ବିରଳ ପ୍ରଜାତିର ଗୋଧି ଉଦ୍ଧାର

ଦେବଗଡ଼: ବିରଳ ପ୍ରଜାତିର ଗୋଧି ଉଦ୍ଧାର । ଶନିବାର ଦେବଗଡ଼ ସହର ସ୍ଥିତ କଚେରୀ ସାହିରୁ ଏକ ବିରଳ ପ୍ରଜାତିର ଗୋଧି ଉଦ୍ଧାର କରିଛି ଦେବଗଡ ବନବିଭାଗ । ପ୍ରାୟ ଚାରି ଫୁଟ ଲମ୍ବର ଏକ ଗୋଧି ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରୁ ଆସି କଚେରୀ ସାହିରେ ଥିବା ଏକ ଘରେ ପଶି ଯାଇଥିଲା । ଗୋଧିଟିକୁ ସ୍ଥାନୀୟ ଲୋକେ ଦେଖି ତୁରନ୍ତ ଦେବଗଡ଼ ବନବିଭାଗକୁ ଖବର ଦେଇଥିଲେ ।

ଦେବଗଡ଼ ବନବିଭାଗ ଦ୍ୱାରା ବିରଳ ପ୍ରଜାତିର ଗୋଧି ଉଦ୍ଧାର

ଦେବଗଡ଼ ରେଞ୍ଜ ଅଫିସର ଦେବଦତ୍ତ ନନ୍ଦଙ୍କ ନିର୍ଦ୍ଦେଶରେ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଏକ ବାସଭବନରୁ ଗୋଧିକୁ ଉଦ୍ଧାର କରିଛନ୍ତି । ପରେ ଏହି ବିରଳ ପ୍ରଜାତିର ଗୋଧିକୁ ବନ କର୍ମଚାରୀ ମାନେ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାଯାଇଛି ।

ଉଦ୍ଧାର ଗୋଧିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ।



ଦେବଗଡ଼ରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details