ଓଡିଶା

odisha

ETV Bharat / state

ରିଆମାଳରେ ଅବକାରୀ ବିଭାଗର ଚଢ଼ାଉ, 7 ଗିରଫ - Raid in Riamala,7 arrests

ରିଆମାଳ ଓ କୁଣ୍ଢେଇଗୋଲା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ । ବିପୁଳ ଦେଶୀମଦ ଜବତ । 7 ଗିରଫ । ଅଧିକ ପଢନ୍ତୁ...

Raid in Riamala,7 arrests
ରିଆମାଳରେ ଅବକାରୀ ବିଭାଗର ଚଢ଼ାଉ, 7 ଗିରଫ

By

Published : Jun 12, 2020, 5:06 PM IST

ଦେବଗଡ: ଜିଲ୍ଲା ରିଆମାଳ ଓ କୁଣ୍ଢେଇଗୋଲା ଥାନାର ବିଭିନ୍ନ ଗାଁରେ ଆଜି ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢ଼ାଉ କରାଯାଇ ବିପୁଳ ମାତ୍ରାରେ ଦେଶୀମଦ ଓ ମହୁଲ ପୋଚ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ଥିବା 8 ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦେବଗଡ଼ ଅବକାରୀ ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ରିଆମାଳ ଓ କୁଣ୍ଢେଇଗୋଲା ଥାନା ଅଧିନସ୍ଥ କାଡୋପଡା, ରାଜାଖଣ୍ଡି, ଚଡକମରା, ଠେଲକୋବୁରୀ ସିମିଳିତା ଓ କଣ୍ଟାବାହାଲ ଆଦି ଗାଁରେ ଚଢ଼ାଉ କରାଯାଇ 105 ଲିଟର ଦେଶୀମଦ ଓ 190 କିଲୋ ମହୁଲ ପୋଚ ସମେତ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ଥିବା 8 ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

ଦେବଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ନାରାୟଣ ନାୟକଙ୍କ ଆଦେଶ କ୍ରମେ ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନ, ଉପ ନିରୀକ୍ଷକ ରାଧାକାନ୍ତ ଭୋଇ, ଏଏସଆଇ ଗୋବିନ୍ଦ ଚନ୍ଦ୍ର ସାହୁ , ଦିଲ୍ଲୀପ ଶତପଥି ଓ ବାଦଲ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିବାବେଳେ ଏଥିରେ ଏ ପି ଆର ଫୋର୍ସ ସହଯୋଗ କରିଥିଲେ ।

ଦେବଗଡରୁ ସରୋଜ କୁମାର ଶତପଥୀ,ଇଟିଭି ଭାରତ

ABOUT THE AUTHOR

...view details