ଦେବଗଡ଼: ଦୀର୍ଘ ୨ବର୍ଷ ଧରି କୋରୋନା ମହାମାରୀ ପ୍ରଭାବରେ ବନ୍ଦ ହୋଇ ରହିଥିବା ଜିଲ୍ଲା ଉତ୍ସବ ‘ଉତ୍ସବ ପ୍ରଧାନପାଟ’ ଚଳିତ ବର୍ଷ ପୁଣିଥରେ ଆରମ୍ଭ ହେବ । ଏନେଇ ମଙ୍ଗଳବାର ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଘୋଷଣା କରିଛନ୍ତି ।
27ରୁ ଆରମ୍ଭ ହେବ ଦେବଗଡର ପ୍ରସିଦ୍ଧ ଉତ୍ସବ ପ୍ରଧାନପାଟ - 27ରୁ ଆରମ୍ଭ ହେବ ଦେବଗଡର ପ୍ରସିଦ୍ଧ ପ୍ରଧାନପାଟ ଉତ୍ସବ
ଏପ୍ରିଲ 27ତାରିଖରୁ ମେ 1ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଅନୁଷ୍ଠିତ ହେବ ଦେବଗଡର ପ୍ରସିଦ୍ଧ ଉତ୍ସବ ପ୍ରଧାନପାଟ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ
ନିଆଯାଇଥିବା ନଷ୍ପତ୍ତି ଅନୁସାରେ, ଏପ୍ରିଲ ୨୭ରୁ ଆରମ୍ଭ ହୋଇ “ଉତ୍ସବ ପ୍ରଧାନପାଟ’ ମେ’୧ ତାରିଖ ଉଦଯାପିତ ହେବ । ଏହି କାର୍ଯ୍ୟକ୍ରମରେ ପଲ୍ଲିଶ୍ରୀ ମେଳା ସହ ୫ଦିନ ଧରି ମୁକ୍ତାକାଶ ରଙ୍ଗ ମଞ୍ଚରେ ସାଂସ୍କୃତିକ ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ଏହାସହ ପୁସ୍ତକ ମେଳା ଓ ଫୁଡକୋର୍ଟ ମଧ୍ୟ ଆୟୋଜନ କରାଯିବ ।
ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଏସ.ପି ରାଜକିଶୋର ପାଇକରାୟ, ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହି ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ