ଓଡିଶା

odisha

ETV Bharat / state

ସଡକ ଯୋଜନାରେ ହରିଲୁଟ୍‌, ସଇଡା-କାଳିଆପାଳ ରାସ୍ତା ଅବସ୍ଥା ଶୋଚନୀୟ - ସଇଡ଼ା-କାଳିଆପାଳ ରାସ୍ତା ବେହାଲ

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସଇଡ଼ାଠାରୁ କାଳିଆପାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିଲା 3 କୋଟି ଟଙ୍କା । ହେଲେ 15 ଦିନ ମଧ୍ୟରେ ଉଠିଗଲା ରାସ୍ତାର ପିଚୁ ଓ ମେଟାଲ । ଏନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ଅଧିକ ପଢନ୍ତୁ...

pm gramya sadak yojana scam in deogarh
ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ ଯୋଜନାରେ ହରିଲୁଟ୍, ସଇଡ଼ା-କାଳିଆପାଳ ରାସ୍ତା ବେହାଲ

By

Published : Nov 30, 2020, 12:51 PM IST

ଦେବଗଡ଼: ଅଧାରେ ଅଟକିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା । ଗ୍ରାମାଞ୍ଚଳ ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାର୍ଯ୍ୟକାରୀ କରାଯାଇ କୋଟିକୋଟି ଟଙ୍କାର ପାଣ୍ଠି ବିନିଯୋଗ କରାଯାଉଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୁର୍ନୀତି ପାଇଁ ଏହି ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ କରାଯାଇପାରୁନାହିଁ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ ଯୋଜନାରେ ହରିଲୁଟ୍, ସଇଡ଼ା-କାଳିଆପାଳ ରାସ୍ତା ବେହାଲ

ଗତ 2015 ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସଇଡ଼ାଠାରୁ କାଳିଆପାଳ ପର୍ଯ୍ୟନ୍ତ 4 କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଏହି ରାସ୍ତାରେ ବ୍ୟୟ ହୋଇଥିଲା ପ୍ରାୟ 3 କୋଟି ଟଙ୍କା । ରାସ୍ତା ନିର୍ମାଣ କରୁଥିବା ଠିକାଦାର ନିର୍ଦ୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ସମାପ୍ତ ନକରି ପ୍ରାୟ ଦୁଇବର୍ଷ ପରେ ଅର୍ଥାତ ଗତ 2017 ମସିହାରେ ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିଲେ । ହେଲେ ନିର୍ମାଣ କାର୍ଯ୍ୟ ଏତେ ନିମ୍ନମାନର ଥିଲା ଯେ, ନିର୍ମାଣର 15 ଦିନ ମଧ୍ୟରେ ରାସ୍ତାରୁ ପିଚୁ ଓ ମେଟାଲ ଉଠିଯାଇଥିଲା ।

ସେହିଦିନ ଠାରୁ ଆଜକୁ ତିନିବର୍ଷ ହେଲା ରାସ୍ତାଟି ଅତି ଶୋଚନୀୟ ଅବସ୍ଥାରେ ପଡିରହିଛି । ଆଉ ଏହା ଉପରେ ନିର୍ଭର କରୁଥିବା କଲା, କାଳିଆପାଳ ଓ ସଇଡ଼ା ଆଦି ତିନୋଟି ପଞ୍ଚାୟତର ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଭାଗୀୟ କତ୍ତୃପକ୍ଷଙ୍କ ନିକଟରେ ତିନିବର୍ଷ ହେଲା ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ଦୃଷ୍ଟି ଦେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।



ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details