ଓଡିଶା

odisha

ETV Bharat / state

ଦେବଗଡ଼ରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ - ଦେବଗଡ଼ରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ଦେବଗଡ଼ ପରିଷଦ ସମ୍ମିଳନୀ କକ୍ଷରେଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ । ଜିଲ୍ଲାରେ ବାର୍ଷିକ ଖସଡ଼ା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୪୩୮ କୋଟି ୬ ଲକ୍ଷ ୫୧ ହଜାର ଟଙ୍କାର ବ୍ୟୟ ଆଗତ । ଅଧିକ ପଢନ୍ତୁ

planning committee meeting held at deogarh
planning committee meeting held at deogarh

By

Published : Apr 13, 2023, 11:49 AM IST

planning committee meeting held at deogarh

ଦେବଗଡ: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ଯୋଜନା କମିଟି ବୈଠକ । ବୈଠକରେ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିବା ବେଳେ ବାର୍ଷିକ ଖସଡ଼ା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୪୩୮ କୋଟି ୬ ଲକ୍ଷ ୫୧ ହଜାର ଟଙ୍କାର ବ୍ୟୟ ଆଗତ ହୋଇଛି ।

ଉକ୍ତ ବୈଠକରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇ ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ବିଧାୟକ ପାଣ୍ଠିର ବିନିଯୋଗ ନେଇ ନିର୍ଦ୍ଧାରିତ ଗାଇଡଲାଇନ ଅନୁସାରେ ଖର୍ଚ୍ଚ କରିବାକୁ କହିଥିଲେ । ସେହିପରି ଜିଲ୍ଲାର ପାନୀୟ ଜଳ, ଗ୍ରାମାଞ୍ଚଳର ରାସ୍ତା, ପୋଲ ଓ ଅନ୍ୟାନ୍ୟ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସଂପର୍କରେ ସମୀକ୍ଷା କରିଥିଲେ ।

ବୈଠକରେ ଜିଲ୍ଲାରେ ବହୁ ପର୍ଯ୍ୟଟନସ୍ଥଳୀ ରହିଥିବା ବେଳେ ସେଗୁଡିକର ବିକାଶ ଏବଂ ଲୁକାୟିତ ରହିଥିବା ପର୍ଯ୍ୟଟନସ୍ଥଳୀ ଗୁଡିକୁ ଚିହ୍ନଟ କରିବା ପାଇଁ ଦାବି ରଖିଥିଲେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ବର୍ତ୍ତମାନ ଖରା ଦିନ ଥିବାବେଳେ ଜିଲ୍ଲାରେ ବହୁ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡି ରହିଛି ସେଗୁଡିକୁ କାର୍ଯ୍ୟକ୍ଷମ କରିବା, ରେଙ୍ଗାଳୀ ବିସ୍ଥାପିତ ମାନଙ୍କୁ ‌ସ୍ଥାୟୀ ପଟ୍ଟା ପ୍ରଦାନ ଏବଂ ଉପଯୁକ୍ତ କ୍ଷତିପୂରଣ, ରାଜସ୍ବ ଗ୍ରାମର ମାନ୍ୟତା ପାଇନଥିବା ଗ୍ରାମଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ, ପୌର କାର୍ଯ୍ୟାଳୟରେ ହେଉଥିବା ବିଭିନ୍ନ ଦୁର୍ନୀତି ସଂପର୍କରେ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ତେବେ ବୈଠକରେ ଆଲୋଚନା ପରେ ଜିଲ୍ଲାରେ ବାର୍ଷିକ ଖସଡ଼ା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୪୩୮ କୋଟି ୬ ଲକ୍ଷ ୫୧ ହଜାର ଟଙ୍କାର ବ୍ୟୟ ଆଗତ ହୋଇଥିଲା । ସେଥି ମଧ୍ୟରୁ କୃଷି ପାଇଁ ୪୫ କୋଟି ୬୬ ଲକ୍ଷ ୯୫ ହଜାର, ଶକ୍ତି କ୍ଷେତ୍ରରେ ୨୦ କୋଟି ୫୦ ଲକ୍ଷ ୫୦ ହଜାର, ସାଧାରଣ ଅର୍ଥନୀତି ପାଇଁ ୬ କୋଟି, ଶିଳ୍ପ ଓ ଖଣିଜ ପାଇଁ ୧୪ କୋଟି ୧୦ ଲକ୍ଷ ୪୪ ହଜାର, ଜଳସେଚନ ପାଇଁ ୨୨ କୋଟି ୪୯ ଲକ୍ଷ ୫୧ ହଜାର, ଗ୍ରାମୀଣ ବିକାଶ ପାଇଁ ୯୩ କୋଟି ୪୨ ଲକ୍ଷ ୯୭ ହଜାର ଆଗତ ହୋଇଥିଲା ।

ସେହିପରି ବିଜ୍ଞାନ ପରିବେଶ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ୧୦ କୋଟି ୫୬ ଲକ୍ଷ ୨୨ ହଜାର, ସାମାଜିକ ପ୍ରଯୁକ୍ତି ସୁରକ୍ଷା ପାଇଁ ୧୨୧ କୋଟି ୭୧ ଲକ୍ଷ ୬୮ ହଜାର, ବିଶେଷ କ୍ଷେତ୍ର ବିକାଶ ପାଇଁ ୩ କୋଟି ୨୨ ଲକ୍ଷ ୨୨ ହଜାର, ପରିବହନ ଏବଂ ଯୋଗାଯୋଗ ପାଇଁ ୯୧ କୋଟି ୮୫ ଲକ୍ଷ ୯୩ ହଜାର, ସହରର ବିକାଶ ପାଇଁ ୮ କୋଟି ୫୦ ଲକ୍ଷ ୧୦ ହଜାର ଆଗତ କରାଯାଇଥିଲା । ପ୍ରାରମ୍ଭରେ ଯୋଜନା ବିଭାଗର ଉପନିର୍ଦ୍ଦେଶକ ରାମ ସେବକ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

ଜିଲ୍ଲା ଯୋଜନା କମିଟି ବୈଠକରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ , ଡିଏଫଓ ମଗର ଧାନାଜୀ ରାଓସୋ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲୁକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପାଞ୍ଜଳୀ ସାମଲ, ଗୀତାଞ୍ଜଳୀ ପାଣି , ରାଜେଶ ମହାନାୟକ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଦେବଗଡ

ABOUT THE AUTHOR

...view details