ଦେବଗଡ଼: ମୋବାଇଲ ଓ ଇଣ୍ଟରନେଟର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ସରକାର ଡିଜିଟାଲ ଇଣ୍ଡିଆର ପରିକଳ୍ପନା କରିଛନ୍ତି । ଆଜିକାଲି ସବୁକିଛି କାମ ଚାଲିଛି ମୋବାଇଲ ମାଧ୍ୟମରେ । ହାତରେ ମୋବାଇଲ ନାହିଁ ତ, ସବୁକିଛି ଯେପରି ଅଚଳ । ସରକାରଙ୍କ ଅଧିକାଂଶ ମୌଳିକ ସେବା ମୋବାଇଲ ମାଧ୍ୟମରେ ଉପଲବ୍ଧ ହୋଇପାରୁଛି । ହେଲେ ବିଡମ୍ବନାର ବିଷୟ, ଦେବଗଡ଼ ଜିଲ୍ଲାରେ ଏମିତି ବି ଅନେକ ଅଞ୍ଚଳ ଅଛି, ଯେଉଁଠାରେ ଏଯାଏଁ ମୋବାଇଲ କିମ୍ବା ଇଣ୍ଟରନେଟ ସେବା ଅପହଞ୍ଚ ହୋଇରହିଛି । ତିଳେଇବଣି ବ୍ଲକର ଝରାଗୋଗୁଆ, ପାରପୋଷି, ଲାଇମୁରା, ଡ଼ିମିରିକୁଦା, ଗଣ୍ଡମ ଓ ଝାରମୁଣ୍ଡା ଆଦି 6 ଗୋଟି ପଞ୍ଚାୟତରେ ଏଯାଏଁ ମୋବାଇଲ ସେବା ଉପଲବ୍ଧ ହୋଇପାରି ନାହିଁ ।
ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର: ଖୁଣ୍ଟରେ ଝୁଲୁଛି ମୋବାଇଲ, ନେଟୱାର୍କ ପାଇଁ ଧାଡିରେ ଲୋକେ - ଦେବଗଡ଼ ମୋବାଇଲ ନେଟୱାର୍କ
ଟିକିଏ ମୋବାଇଲ ସେବା ପାଇଁ ଲୋକେ ଘଣ୍ଟା ଘଣ୍ଟା ଧାଡ଼ି ବାନ୍ଧି ଛିଡ଼ାହୋଇ ରହୁଛନ୍ତି । ସରକାରଙ୍କ ଡିଜିଟାଲ ଇଣ୍ଡିଆର ଏଭଳି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ଆଦିବାସୀ ବହୁଳ ତିଳେଇବଣି ବ୍ଲକରେ । ଅଧିକ ପଢନ୍ତୁ...
![ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର: ଖୁଣ୍ଟରେ ଝୁଲୁଛି ମୋବାଇଲ, ନେଟୱାର୍କ ପାଇଁ ଧାଡିରେ ଲୋକେ ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର: ଖୁଣ୍ଟରେ ଝୁଲୁଛି ମୋବାଇଲ, ନେଟୱାର୍କ ପାଇଁ ଧାଡିରେ ଲୋକେ](https://etvbharatimages.akamaized.net/etvbharat/prod-images/768-512-13212029-thumbnail-3x2-dbgr.jpg)
ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର: ଖୁଣ୍ଟରେ ଝୁଲୁଛି ମୋବାଇଲ, ନେଟୱାର୍କ ପାଇଁ ଧାଡିରେ ଲୋକେ
ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର: ଖୁଣ୍ଟରେ ଝୁଲୁଛି ମୋବାଇଲ, ନେଟୱାର୍କ ପାଇଁ ଧାଡିରେ ଲୋକେ
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ