ଓଡିଶା

odisha

ETV Bharat / state

ଠିକାସଂସ୍ଥା ଖୋଳି ଦେଇଗଲା ରାସ୍ତା-ଚାଷଜମି, ହନ୍ତସନ୍ତ ଲୋକେ - contractor dug up the roads

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ବଡଛାପଲ ପଞ୍ଚାୟତରେ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଥିବା ଏକ ଠିକାସଂସ୍ଥା ଗତ କିଛିଦିନ ପୂର୍ବରୁ ପାଇପ ବିଛାଇବା ପାଇଁ ବଡ଼ଛାପଲ ଠାରୁ ସୁବର୍ଣ୍ଣପାଲି ଯାଇଥିବା ମୁଖ୍ୟ ରାସ୍ତାକୁ ଖୋଳି ଦେଇଛି । ଫଳରେ ଏହି ରାସ୍ତାରେ ଯିବା ଆସିବାରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

people-facing-problem-as-contractor-dug-up-the-roads-and-farmland-at-deogarh
ଠିକାସଂସ୍ଥା ଖୋଳି ଦେଇଗଲା ରାସ୍ତା-ଚାଷଜମି, ଏବେ ହନ୍ତସନ୍ତ ଲୋକେ

By

Published : Jul 28, 2020, 4:07 PM IST

ଦେବଗଡ଼: ମେଗା ଜଳ ସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ପାଇପ ବିଛାଇବା ପାଇଁ ଖୋଳି ଦେଇଯାଇଛି ମୁଖ୍ୟ ରାସ୍ତା ଓ ଚାଷଜମି । ଫଳରେ ଯାତାୟତରେ ପ୍ରତିବନ୍ଧକ ସୃଷ୍ଟି ହେବା ସହିତ ଲୋକଙ୍କ ଚାଷକାର୍ଯ୍ୟ ପ୍ରଭାବିତ ହେଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ ।

ଠିକାସଂସ୍ଥା ଖୋଳି ଦେଇଗଲା ରାସ୍ତା-ଚାଷଜମି, ଏବେ ହନ୍ତସନ୍ତ ଲୋକେ

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ବଡଛାପଲ ପଞ୍ଚାୟତରେ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଥିବା ଏକ ଠିକାସଂସ୍ଥା ଗତ କିଛିଦିନ ପୂର୍ବରୁ ପାଇପ ବିଛାଇବା ପାଇଁ ବଡ଼ଛାପଲ ଠାରୁ ସୁବର୍ଣ୍ଣପାଲି ଯାଇଥିବା ମୁଖ୍ୟ ରାସ୍ତାକୁ ଖୋଳି ଦେଇଛି । ଫଳରେ ଏହି ରାସ୍ତାରେ ଯିବା ଆସିବାରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟି ଲୋକେ ଆହତ ହେଉଛନ୍ତି। ଏଥି ସହିତ ବର୍ତ୍ତମାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସମ୍ପୃକ୍ତ ଠିକାସଂସ୍ଥା ଲୋକଙ୍କ ଚାଷଜମି ଖୋଳି ପାଇପ ବିଛାଉଥିବରୁ ଚାଷକାର୍ଯ୍ୟ ପ୍ରଭାବିତ ହୋଇଛି । ଫଳରେ ଏନେଇ ବଡାଛପଲ, ସୁବର୍ଣ୍ଣପାଲି ଓ କୁତୁରାପଶି ଆଦି ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସମ୍ପୃକ୍ତ ଠିକାସଂସ୍ଥା ଖୋଳିଥିବା ରାସ୍ତାର ତୁରନ୍ତ ମରାମତି କରିବା ସହିତ ଚାଷ କାର୍ଯ୍ୟ ସମୟରେ ପାଇପ ବିଛା କାର୍ଯ୍ୟ ସ୍ଥଗିତ ରଖିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details