ଓଡିଶା

odisha

By

Published : Mar 14, 2020, 9:00 PM IST

ETV Bharat / state

ରାସ୍ତା ଅବସ୍ଥା ଶୋଚନୀୟ, ସମସ୍ୟାରେ ଗ୍ରାମବାସୀ

53 ନମ୍ବର ଜାତୀୟ ରାଜପଥ ଧରମପୁର ଛକଠାରୁ ମେଦିନିପୁର ଗାଁକୁ ଯାଇଥିବା ଏହି 3 କିଲୋମିଟର ରାସ୍ତାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପିଚୁ ଉଠି ମେଟାଲ ପଦାକୁ ବାହାରି ପଡିଥିବା ବେଳେ ଅଧିକାଂଶ ସ୍ଥାନରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ..

ରାସ୍ତା ଅବସ୍ଥା ଶୋଚନୀୟ, ସମସ୍ୟାରେ ଗ୍ରାମବାସୀ
ରାସ୍ତା ଅବସ୍ଥା ଶୋଚନୀୟ, ସମସ୍ୟାରେ ଗ୍ରାମବାସୀ

ଦେବଗଡ: ମରଣଯନ୍ତା ପାଲଟିଛି ରିଆମାଳ ବ୍ଲକର ଧରମପୁରଠାରୁ ମେଦିନିପୁର ଯାଇଥିବା ରାସ୍ତା । ଆଜକୁ ଦୀର୍ଘବର୍ଷ ହେଲା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିଲେ ହେଁ, ଏହାର ମରାମତି ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ ।

ରାସ୍ତା ଅବସ୍ଥା ଶୋଚନୀୟ, ସମସ୍ୟାରେ ଗ୍ରାମବାସୀ

ଦେବଗଡ ରିଆମାଳ ବ୍ଲକ ବୁଡ଼ିଦୋ ପଞ୍ଚାୟତର ଧରମପୁରଠାରୁ ମେଦିନିପୁର ଯାଇଥିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । 53 ନମ୍ବର ଜାତୀୟ ରାଜପଥ ଧରମପୁର ଛକଠାରୁ ମେଦିନିପୁର ଗାଁକୁ ଯାଇଥିବା ଏହି 3 କିଲୋମିଟର ରାସ୍ତାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପିଚୁ ଉଠି ମେଟାଲ ପଦାକୁ ବାହାରି ପଡିଥିବା ବେଳେ ଅଧିକାଂଶ ସ୍ଥାନରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ।

କେବଳ ଏତିକି ନୁହଁ, ଏହି ରାସ୍ତାର କିଛି ଅଂଶ କଂକ୍ରିଟ ହୋଇ ଥିବାବେଳେ, କଂକ୍ରିଟ ମଧ୍ୟ ଫାଟି ଆଁ କରିଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଆଖପାଖ ଆଠଖଣ୍ଡ ଗାଁର ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବହୁ ସମୟରେ ଏହି ରାସ୍ତାରେ ଦୁର୍ଘଟଣାର ଘଟି ଧନ ଜୀବନ ହାନୀ ହେଉଛି । ଗତ 2012 ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ ହୋଇଥିଲା । ମାତ୍ର ଅତ୍ୟନ୍ତ ନିମ୍ନମାନ ନିର୍ମାଣ କାର୍ଯ୍ୟ ହୋଇଥିବା କାରଣରୁ ରାସ୍ତାରୁ କିଛିମାସ ପରେ ସମ୍ପୂର୍ଣ୍ଣ ପିଚୁ ଉଠି ମେଟାଲ ବାହାରି ପଡ଼ିଥିବା ଲୋକେ ଅଭିଯୋଗ କରିଛନ୍ତି ।

ଏହି ରାସ୍ତାର ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ ପାଇଁ ଆଜକୁ ଦୀର୍ଘ 7 ବର୍ଷ ହେଲା ଲୋକେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା, ଏହାର ମରାମତି ଦିଗରେ କେହି ଦୃଷ୍ଟି ଦେଉ ନଥିବାରୁ ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details