ଓଡିଶା

odisha

ETV Bharat / state

ପର୍ଯ୍ୟଟକଙ୍କୁ ଶକ୍ତ ଧକ୍କା; ପ୍ରଧାନପାଟ ଜଳପ୍ରପାତରେ ବଣଭୋଜି ମନା - ଦେବଗଡ ଜିଲ୍ଲା

ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପର୍ଯ୍ୟଟକ ଏବେ ବଣଭୋଜି ପାଇଁ ଯିବାକୁ ଆରମ୍ଭ କଲେଣୀ ପ୍ରସ୍ତୁତି । କିନ୍ତୁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପ୍ରଧାନପାଟ ଜଳପ୍ରପାତରେ ଚଳିତ ବର୍ଷ ବଣଭୋଜି କରିବାକୁ ମନା କରିଛି ପ୍ରଶାସନ । କଣ ରହିଛି କାରଣ ପଢନ୍ତୁ...

PHOTO
ପ୍ରଧାନପାଟ ଜଳପ୍ରପାତ

By

Published : Dec 4, 2019, 8:25 PM IST

ଦେବଗଡ: ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେବଗଡ ଜିଲ୍ଲାର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଜିଲ୍ଲାର କଳା ସଂସ୍କୃତି ମଧ୍ୟ ପୁରାତନ । ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପ୍ରଧାନପାଟ ଜଳପ୍ରପାତ କୁ ସାରା ବର୍ଷ ପର୍ଯ୍ୟଟକଙ୍କ ଗହଳି ଲାଗିରହିଥାଏ । ଜଳ ପ୍ରପାତର ମନୋରମ ପରିବେଶ ସାଙ୍ଗକୁ ସବୁଜ ପରିବେଶ ଏଠାକୁ ପର୍ଯ୍ୟଟକଙ୍କୁ ଟାଣି ଆଣିଥାଏ । ବିଶେଷ କରି ଶୀତଋତୁରେ ଏଠାରେ ବଣ ଭୋଜି ପାଇଁ ପର୍ଯ୍ୟଟକଙ୍କ କଳାହୋଳ ଲାଗେ । ଯଦ୍ବାରା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ରୋଜଗାର ମାଧ୍ୟମ ପାଲଟିବା ସହ ଜିଲ୍ଲାର ଅର୍ଥନୈତିକ ବିକାଶରେ ସହାୟକ ହୁଏ ଏହି ପର୍ଯ୍ୟଟନ କ୍ଷେତ୍ର । ହେଲେ ଚଳିତ ବର୍ଷ ପ୍ରଶାସନର ନିଷ୍ପତ୍ତି ସ୍ଥାନୀୟ ଲୋକଙ୍କ ସମେତ ପର୍ଯ୍ୟଟକଙ୍କ ଚିନ୍ତା ବଢାଇଛି।


ଚଳିତ ବର୍ଷ ପ୍ରଧାନପାଟ ଜଳ ପ୍ରପାତରେ ପର୍ଯ୍ୟଟକ ବଣଭୋଜି କରିପାରିବେ ନାହିଁ । ଏନେଇ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ଲଗାଯାଇଛି ସୂଚନା ଫଳକ । ଫଳରେ ଚଳିତ ବର୍ଷ ଏହି ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ଓ ପିକନିକ ପାର୍ଟିଙ୍କ ସଂଖ୍ୟା କମିବାର ଆଶଙ୍କା ଦେଖା ଦେଇଛି । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ପଟେ ପ୍ରଶାସନ ବଣଭୋଜି ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ପିଣ୍ଡି ପ୍ରସ୍ତୁତ କରିଛି । ହେଲେ ବଣଭୋଜି ପାଇଁ ବାରଣ କରିଛି । ପ୍ରଶାସନର ଉଦ୍ଦେଶ୍ୟ କଣ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।

ପ୍ରଧାନପାଟ ଜଳପ୍ରପାତରେ ବଣଭୋଜି ମନା


ଅନ୍ୟପଟେ କଣ ପାଇଁ ଏଠାରେ ବଣଭୋଜି କରିବାକୁ ପ୍ରଶାସନ ବାରଣ କରିଛି ତାହା ମଧ୍ୟ ସ୍ପଷ୍ଟ କରିନାହିଁ । ଏନେଇ ଆମେ ଦେବଗଡ ପୌର ପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲୁ । କିନ୍ତୁ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏପରି କରାଯାଇଥିବା କହିଛନ୍ତି ।


ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details