ଓଡିଶା

odisha

ETV Bharat / state

ପ୍ରଧାନପାଟ ଉତ୍ସବ 2020: ଲୋକନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ - ପ୍ରଧାନପାଟ ଉତ୍ସବ 2020

ଦେବଗଡ ଜିଲ୍ଲା ସଂସ୍କୃତି ପରିଷଦରେ ଆନୁକୂଲ୍ୟରେ ଉଦଘାଟିତ ହୋଇଯାଇଛି ପ୍ରଧାନପାଟ ଉତ୍ସବ 2020 । ସବୁଜ ଶାଳବଣ ପରିବେଷ୍ଟିତ ପ୍ରାକୃତିକ ପରିବେଶରେ ଏହି ଜିଲ୍ଲା ସ୍ତରୀୟ ଉତ୍ସବକୁ ବେଶ ଉପଭୋଗ କରୁଛନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ...

pradhanpat ustav
ପ୍ରଧାନପାଟ ଉତ୍ସବ 2020: ଲୋକନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ

By

Published : Feb 11, 2020, 11:02 AM IST

ଦେବଗଡ: ସହର ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦଘାଟିତ ହୋଇଯାଇଛି ପ୍ରଧାନପାଟ ଉତ୍ସବ 2020 । ସବୁଜ ଶାଳବଣ ପରିବେଷ୍ଟିତ ପ୍ରାକୃତିକ ପରିବେଶରେ ଏହି ଜିଲ୍ଲା ସ୍ତରୀୟ ଉତ୍ସବକୁ ମନଭରି ଉପଭୋଗ କରୁଛନ୍ତି ଦର୍ଶକ ।

ପ୍ରଧାନପାଟ ଉତ୍ସବ 2020: ଲୋକନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ

ଦେବଗଡ ଜିଲ୍ଲା ସଂସ୍କୃତି ପରିଷଦରେ ଆନୁକୂଲ୍ୟରେ ଏହି ଉତ୍ସବ ଉଦଘାଟିତ ହୋଇଛି । ଉଦଘାଟନୀ ସମାରୋହରେ ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଏସପି ରାହୁଲ ଜୈନ ଓ ଡିଏଫଓ କ୍ଷମା ଷଡଙ୍ଗୀ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ସଂଖ୍ୟାରେ କଳାକାର ଯୋଗଦେଇ ସେମାନଙ୍କ ଅଭିନବ କଳା ପ୍ରଦର୍ଶନ କରିଥିଲେ ।

ଆଗାମୀ 14 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉତ୍ସବ ପ୍ରଧାନପାଟର ପ୍ରଥମ ସନ୍ଧ୍ୟାରେ ଗଞ୍ଜାମ ରଣପାର ଯୋଡିଶଙ୍ଖ , ଦିଲ ଡ୍ୟାନ୍ସ ଏକାଡେମୀ ଭୁବନେଶ୍ବରର ଓଡିଶୀ ନୃତ୍ୟ ମାହାରୀ, ନବରଙ୍ଗପୁରର ଢେମସା, ଜଗତସିଂହପୁରର ଘୋଡାନାଚ ଓ କ୍ରିଷ୍ଟି ଆସାମର ବିହୁନୃତ୍ୟ ଆଦି ଲୋକନୃତ୍ୟ ଆଦି ପରିବେଷିତ ହୋଇଥିଲା । ବିଶେଷ କରି ରାଜ୍ୟ ସରକାରଙ୍କ ପୁରସ୍କାର ପ୍ରାପ୍ତ ନବରଙ୍ଗପୁରର ଢେମସା ଲୋକନୃତ୍ୟ ଦର୍ଶକଙ୍କ ବେସ ମନଛୁଆଁ ହୋଇପାରିଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକ ମନଭରି ଉପଭୋଗ କରିଥିଲେ ।ଏହି ଅବସରରେ ଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଫଳ ଓ ପୁଷ୍ପ ପ୍ରଦର୍ଶନୀ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details