ଓଡିଶା

odisha

ETV Bharat / state

ଶ୍ରୀହୀନ ହୋଇପଡ଼ିଛି ବାମଣ୍ଡାର ସର୍ବପୁରାତନ ଜଗନ୍ନାଥ ମନ୍ଦିର, ନାହିଁ ରକ୍ଷଣାବେକ୍ଷଣ - ବାମଣ୍ଡାର ସର୍ବପୁରାତନ ଶ୍ରୀମନ୍ଦିର

ଶ୍ରୀହୀନ ହୋଇ ପଡିଛି ପୂର୍ବତନ ବାମଣ୍ଡା ରାଜ୍ୟର ଐତିହ୍ୟ ସମ୍ପର୍ଣ୍ଣ ଓ ସର୍ବ ପୁରାତନ ଜଗନ୍ନାଥ ମନ୍ଦିର । ମନ୍ଦିର ନାମରେ କୋଟି କୋଟି ଟଙ୍କାର ଭୂସମ୍ପତ୍ତି ଥିବା ସତ୍ତ୍ବେ ମନ୍ଦିର ପରିଚାଳନା ତଥା ଠାକୁରଙ୍କ ରୀତିନୀତିରେ ବ୍ୟତିକ୍ରମ ଦେଖାଦେଇଛି । ଅଧିକ ପଢ଼ନ୍ତୁ

people demand bamanda Jagannath temple take up to the endowment department
ଶ୍ରୀହୀନ ହୋଇପଡ଼ିଛି ବାମଣ୍ଡାର ସର୍ବପୁରାତନ ଶ୍ରୀମନ୍ଦିର, ନାହିଁ ରକ୍ଷଣାବେକ୍ଷଣ

By

Published : May 22, 2022, 9:00 AM IST

ଦେବଗଡ଼: ଶ୍ରୀହୀନ ହୋଇ ପଡିଛି ପୂର୍ବତନ ବାମଣ୍ଡା ରାଜ୍ୟର ଐତିହ୍ୟ ସମ୍ପର୍ଣ୍ଣ ଓ ସର୍ବ ପୁରାତନ ଜଗନ୍ନାଥ ମନ୍ଦିର । ମନ୍ଦିର ନାମରେ କୋଟି କୋଟି ଟଙ୍କାର ଭୂସମ୍ପତ୍ତି ଥିବା ସତ୍ତ୍ବେ ମନ୍ଦିର ପରିଚାଳନା ତଥା ଠାକୁରଙ୍କ ରୀତିନୀତିରେ ବ୍ୟତିକ୍ରମ ଦେଖାଦେଇଛି । ଯାହାକି ଅଗଣିତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି ।

ଶ୍ରୀହୀନ ହୋଇପଡ଼ିଛି ବାମଣ୍ଡାର ସର୍ବପୁରାତନ ଶ୍ରୀମନ୍ଦିର, ନାହିଁ ରକ୍ଷଣାବେକ୍ଷଣ

ପୂର୍ବତନ ବାମଣ୍ଡା ରାଜ୍ୟର ଏକ ବିଂଶତମ ରାଜା ପ୍ରତାପ ରୁଦ୍ର ଦେବ 1717 ମସିହାରେ ଦେବଗଡ଼ ସହରାଞ୍ଚଳ ସ୍ଥିତ ପୁରୁଣାଗଡ଼ ଠାରେ ନିର୍ମାଣ କରିଥିଲେ ଏକ ଶ୍ରୀମନ୍ଦିର । ଷୋଡ଼ବିଂଶତମ ରାଜା ବ୍ରଜ ସୁନ୍ଦର ଦେବ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ । ପ୍ରାଚୀନ କୀର୍ତ୍ତିରାଜି ଓ ଏକାଧିକ ମନ୍ଦିର ସମାହାରରେ ନିର୍ମିତ ଏହି ଶ୍ରୀମନ୍ଦିର ପରିସର ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ ଥିଲା । ତତ୍କାଳୀନ ବାମଣ୍ଡା ରାଜ୍ୟରେ ଶ୍ରୀମନ୍ଦିରଟି ବେଶ ସୁଖ୍ୟାତି ଅର୍ଜନ ମଧ୍ୟ କରିଥିଲା । ରାଜତନ୍ତ୍ରର ବିଲୋପ ପରଠାରୁ ଏହା ବାମଣ୍ଡା ରାଜ ପରିବାର ତତ୍ବାବଧାନରେ ରହିଆସିଛି ।

କିଛିବର୍ଷ ଧରି ବାମଣ୍ଡା ରାଜ ପରିବାର ଏହି ମନ୍ଦିରର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ବ ସମ୍ପାଦନ କରି ଆସୁଥିଲେ । ମାତ୍ର ବିଗତ କିଛିବର୍ଷ ହେଲା ରାଜ ପରିବାର ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ବ ନେଉନଥିବା ଜଣାପଡ଼ିଛି । ଫଳରେ ମନ୍ଦିର ପରିଚାଳନା ସାଙ୍ଗକୁ ଠାକୁରଙ୍କ ରୀତିନୀତିରେ ବ୍ୟତିକ୍ରମ ଦେଖାଦେଇଛି । ମନ୍ଦିରର ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହେବାକୁ ବସିଛି । ଏପରିକି ଠାକୁରଙ୍କ ନାମରେ କୋଟିକୋଟି ଟଙ୍କାର ଭୂସମ୍ପତ୍ତି ଥାଇ ମଧ୍ୟ ଠାକୁରଙ୍କ ପୂଜାରେ ଅବହେଳା ଦେଖିବାକୁ ମିଳିଛି ।

ସେପଟେ କିଛି ଜମି ମାଫିଆ ଠାକୁରଙ୍କ ନାମରେ ଥିବା ଜମି ମଧ୍ୟରୁ ଅଧିକାଂଶ ଜମି ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର କେତେକ ସଚେତନ ନାଗରିକ ତଥା ଜଗନ୍ନାଥ ପ୍ରେମୀ ରାଜ୍ୟ ଶ୍ରୀମନ୍ଦିରକୁ ଏଣ୍ଡୋମେଣ୍ଟ କମିଶନଙ୍କୁ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି । କମିଶନ ଏହି ପୁରାତନ ମନ୍ଦିର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ବ ନେଲେ ଅବକ୍ଷୟରୁ ରକ୍ଷା କରାଯାଇ ପାରନ୍ତା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details