ଓଡିଶା

odisha

ETV Bharat / state

ଡଙ୍ଗା ବୁଡି 5 ଉଦ୍ଧାର, ଜଣେ ନିଖୋଜ - deogarh boat accident man missing news

ଦେବଗଡ଼ ଜିଲ୍ଲା କେନ୍ଦେଇଜୁରୀ ପଞ୍ଚାୟତ ଅନ୍ତର୍ଗତ ବରଘାଟ ଗାଁ ନିକଟସ୍ଥ ବାଇଦାର ନାଳରେ ଡଙ୍ଗା ବୁଡି ଜଣେ ନିଖୋଜ ହୋଇଥିବା ବେଳେ ପାଞ୍ଚଜଣ ଅଳ୍ପକେ ମରଣ ମୁହଁରୁ ରକ୍ଷା ପାଇଛନ୍ତି।

_boat_accident
ଫଟୋ ସୌଜନ୍ୟ:ପ୍ରତିନିଧି, ଦେଓଗଡ

By

Published : Dec 14, 2019, 4:01 PM IST

ଦେବଗଡ଼: ଡଙ୍ଗା ବୁଡି ଜଣେ ନିଖୋଜ ହୋଇଥିବା ବେଳେ 5 ଜଣ ଉଦ୍ଧାର ହୋଇଛନ୍ତି। ଦେବଗଡ଼ ଜିଲ୍ଲା କେନ୍ଦେଇଜୁରୀ ପଞ୍ଚାୟତ ଅନ୍ତର୍ଗତ ବରଘାଟ ଗାଁ ନିକଟସ୍ଥ ବାଇଦାର ନାଳରେ ଡଙ୍ଗା ବୁଡି ଜଣେ ନିଖୋଜ ହୋଇଥିବା ବେଳେ ପାଞ୍ଚଜଣ ଅଳ୍ପକେ ମରଣ ମୁହଁରୁ ରକ୍ଷା ପାଇଛନ୍ତି।

ଗତ ଶୁକ୍ରବାର ରାତିରେ ବରଘାଟ ଗାଁରୁ ଠେଲକଗୁଡି ଗାଁକୁ ଯାତ୍ରା ଦେଖିବା ପାଇଁ ୬ ଜଣ ବ୍ୟକ୍ତି ଡ଼ଙ୍ଗାରେ ବାଇଦାର ନାଳ ପାରିହୋଇ ଯାଉଥିଲେ । ଅସାଵଧାନତା ବଶତଃ ନାଳରେ ଡ଼ଙ୍ଗାଟି ବୁଡି ଯିବାରୁ ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ବେଳେ ଅନ୍ୟ ପାଞ୍ଚଜଣ ବ୍ୟକ୍ତି କୌଶଳ କ୍ରମେ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି।

ନିଖୋଜ ବ୍ୟକ୍ତିଙ୍କ କୌଣସି ପତ୍ତା ନମିଳିବାରୁ ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଦେବଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ, ସମ୍ପୃକ୍ତ ବ୍ୟକ୍ତିଙ୍କ କୌଣସି ସନ୍ଧାନ ପାଇନଥିଲା ।

ଗୋହିରା ଡ୍ୟାମର ତୋଡ଼ା ପାଣିରେ ଭର୍ତ୍ତି ଥିବା ନାଳ ସୁଅରେ ଭାସିଯାଇ ସମ୍ପୃକ୍ତ ଯୁବକ ଜଣକ ଗୋହୀରା ଜଳ ଭଣ୍ଡାରକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି। ଶନିବାର ସକାଳୁ ଦେବଗଡ଼ ଅଗ୍ନିଶମ ବିଭାଗ ଓ ଏନଡିଆରଏଫ ଟିମ ମଳିତ ଭାବେ ନିଖୋଜ ଯୁବକଙ୍କ ତଲାସୀ ଜାରି ରଖିଛନ୍ତି।

ଅଗ୍ନିଶମ ବିଭାଗ ଓ ଏନଡିଆରଏଫ ଟିମର ମିଳିତ ସହଯୋଗରେ ଗୋହିରା ଜଳ ଭଣ୍ଡାରରେ ତଲାସୀ ଅଭିଯାନ ଜାରି ରହିଛି। ଏନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିଖୋଜ ବ୍ୟକ୍ତି ଜଣକ ହେଲେ ବରଘାଟ ଗାଁର ଜଗନ୍ନାଥ ସିଂହ (୪୫) । ଉଦ୍ଧାର ପାଇଥିବା ବ୍ୟକ୍ତି ହେଉଛନ୍ତି ହରେନ ଜମକିଆଲ, ବିଜୟ ସାହୁ , ମିଲୁ ସାହୁ, ପଡୁନନ୍ଦନ ଜୟପୁରିଆ ଓ ନାରାୟଣ ଜମକିଆର।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details