ଦେବଗଡ: ବାରକୋଟ ବ୍ଲକ ବଲାଣି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗାଁ ନିକଟସ୍ଥ ଏକ ପୋଲ ତଳୁ ଡିଜେଲ ଜାତୀୟ କୌଣସି ତୈଳ ଜାତୀୟ ଖଣିଜ ଦ୍ରବ୍ୟ ବାହାରୁଥିବା ଖବର ପ୍ରଚାରିତ ହେବାପରେ ଏଠାକୁ ଛୁଟିଛି ଲୋକଙ୍କ ସୁଅ ।
ବଲାଣି ଗାଁ ନିକଟ ପୋଲତଳୁ ବାହାରୁଛି ତୈଳ ପଦାର୍ଥ, ଜମୁଛି ଲୋକଙ୍କ ଭିଡ଼ - ବଲାଣି ଗାଁ
ବାରକୋଟ ବ୍ଲକ ବଲାଣି ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପୋଲ ତଳୁ ବାହାରୁଛି ଡିଜେଲ ଜାତୀୟ କୌଣସି ତୈଳ ଖଣିଜ ଦ୍ରବ୍ୟ । ଅଧିକ ପଢନ୍ତୁ...
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବଲାଣି ଗାଁ ମୁଣ୍ଡରେ ବ୍ରାହ୍ମଣୀ ଜଳଭଣ୍ଡାର ତୋଡ଼ାପାଣି ଘେରି ରହିଥିବା ଏକ ପୋଲତଳୁ ଡିଜେଲ ଜାତୀୟ କୌଣସି ଖଣିଜ ଦ୍ରବ୍ୟ ବାହାରୁଥିବା ସ୍ଥାନୀୟ ଲୋକଙ୍କ ମୁହଁରୁ ଶୁଣାଯାଉଛି । ତିନିଦିନ ପୂର୍ବରୁ ଏହି ପୋଲ ତଳେ ଥିବା ରେଙ୍ଗାଳି ଜଳଭଣ୍ଡାର ତୋଡା ପାଣିରେ ଏକ ତୈଳ ଆବରଣ ଭାସୁଥିବା ଓ ତଳୁ ପାଣି ଫୋଟକା ସଦୃଶ କଛି ତୈଳ ଜାତୀୟ ପଦାର୍ଥ ଅନବରତ ବାହାରୁ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । କାଳେ କୌଣସି ବାଇକ ଆରୋହି ଦୁର୍ଘଟଣା ଗ୍ରସ୍ତ ହୋଇ ପୋଲତଳେ ଖସି ପଡିଥିବା ଆଶଙ୍କା କରି ଗ୍ରାମର କିଛି ମତ୍ସ୍ୟଜୀବୀ ପାଣିରେ ବୁଡି ଖୋଜାଖୋଜି କରିଥିଲେ । ମାତ୍ର କୌଣସି ସନ୍ଧାନ ମିଳିପାରି ନଥିଲା । ବରଂ ଜଳ ଭିତରେ ଡିଜେଲର ଉତ୍କଟ ଗନ୍ଧ ହେଉଥିବା ମତ୍ସ୍ୟଜୀବୀମାନେ ପ୍ରକାଶ କରିଥିଲେ ।
ଏହି ଘଟଣା ସମଗ୍ର ଅଞ୍ଚଳରେ ପ୍ରଚାର ହେବାପରେ ଏଠାକୁ ଛୁଟିଛି ଲୋକଙ୍କ ସୁଅ । ଏହାର ରହସ୍ୟ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଜାତ ହୋଇଛି । ଅନ୍ୟପଟେ ମାଟିତଳେ କୌଣସି ଖଣିଜ ଦ୍ରବ୍ୟ ରହିଥିବା ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଘଟଣାର ଅଧିକ ଅନୁସନ୍ଧାନ କଲେ ବାସ୍ତବ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି କୁହାଯାଉଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ