ଓଡିଶା

odisha

ETV Bharat / state

ଦେବଗଡରେ ଅଚଳ ପ୍ରସାର ଭାରତୀ କେନ୍ଦ୍ର

ଦେବଗଡ଼ ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇପାରୁନି ପ୍ରସାର ଭାରତୀ ପ୍ରସାରଣ । ଆଜକୁ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିଛି ଦେବଗଡ଼ ସହରରେ ଥିବା ପ୍ରସାର ଭାରତୀ କେନ୍ଦ୍ର । ଅଧିକ ଖବର ପଢନ୍ତୁ...

By

Published : Feb 17, 2020, 10:09 PM IST

ଅଚଳ ହୋଇଛି ପ୍ରସାର ଭାରତୀ କେନ୍ଦ୍ର
ଅଚଳ ହୋଇଛି ପ୍ରସାର ଭାରତୀ କେନ୍ଦ୍ର

ଦେବଗଡ଼: ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇପାରୁନି ପ୍ରସାର ଭାରତୀ ପ୍ରସାରଣ । ଆଜକୁ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିଛି ଦେବଗଡ଼ ସହରରେ ଥିବା ପ୍ରସାର ଭାରତୀ କେନ୍ଦ୍ର । ଫଳରେ ଜିଲ୍ଲାବାସୀ ରେଡ଼ିଓ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଅଚଳ ହୋଇଛି ପ୍ରସାର ଭାରତୀ କେନ୍ଦ୍ର

ଦୈବୀ ଦୁର୍ବିପାକ ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ, ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଯେଉଁଠି ଟେଲିଭିଜନ ଓ ଇଣ୍ଟରନେଟ ସେବା ଅଚଳ ହୋଇଯାଏ ସେଠାରେ ରେଡ଼ିଓ ଏକ ପ୍ରକୃଷ୍ଠ ମାଧ୍ୟମର ଭୂମିକା ଗ୍ରହଣ କରିଥାଏ । ବିଶେଷକରି ଯେଉଁ ଅଞ୍ଚଳରେ ଟେଲିଭିଜନ ଓ ଇଣ୍ଟରନେଟ ସେବା ଉପଲବ୍ଧ ନଥାଏ ସେଠାରେ ଲୋକେ ରେଡ଼ିଓ କୁ ସୂଚନା ଓ ମନୋରଂଜନ ପାଇଁ ବହୁଳ ଭାବରେ ବ୍ୟବହାର କରିଥାଆନ୍ତି ।

ଏଦୃଷ୍ଟିରୁ ଦେବଗଡ଼ ଜିଲ୍ଲାବାସୀଙ୍କୁ ରେଡ଼ିଓ ସେବା ଯୋଗାଇଦେବା ଲକ୍ଷ୍ୟରେ ଜିଲ୍ଲା ସଦର ମହକୁମାରେ ଆଜକୁ ଦୀର୍ଘ 20 ବର୍ଷ ପୂର୍ବରୁ ସରକାର ସ୍ଥାପିତ କରିଛନ୍ତି ଏକ ପ୍ରସାର ଭାରତୀ ପ୍ରସାରଣ କେନ୍ଦ୍ର । ମାତ୍ର ବିଡ଼ମ୍ବନାର ବିଷୟ ଯେ , ଏହି ପ୍ରସାରଣ କେନ୍ଦ୍ରଟି ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏହି କେନ୍ଦ୍ରରେ ଆବଶ୍ୟକ ଅନୁଯାୟୀ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସମିସନ ଲାଗିନଥିବାରୁ ଏହା ମାତ୍ର 5 ଏୟାର କିଲୋମିଟର ପରିଧି ମଧ୍ୟରେ ପ୍ରସାରଣ କରିବାକୁ ସମର୍ଥ ହେଉଛି ।

ଏଠାରେ ଏପର୍ଯ୍ୟନ୍ତ ଓଡ଼ିଆ ଏଫଏମ ସେବାର ମଧ୍ୟ ବ୍ୟବସ୍ଥା ହୋଇନଥିବା ଜଣାଯାଇଛି । ଏପରିକି ଏହି ପ୍ରସାରଣ କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ନଥିବାରୁ ଅଧିକାଂଶ ସମୟ କେନ୍ଦ୍ରଟି ବନ୍ଦ ରହୁଥିବା ଦେଖାଯାଇଛି । ଫଳରେ ଦେବଗଡ଼ ସଦର ମହକୁମା ଠାରୁ ଦୂରରେ ରହୁଥିବା ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ରେଡ଼ିଓ ସେବା ଏପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହୁଛି ।

ଏହି ପ୍ରସାର ଭାରତୀ ପ୍ରସାରଣ କେନ୍ଦ୍ରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଲୋକଙ୍କୁ ଓଡ଼ିଆ ଭାଷା ମାଧ୍ୟମରେ ରେଡ଼ିଓ ସେବା ଯୋଗାଇ ଦେବା ପାଇଁ ଜିଲ୍ଲାବାସୀ ଆଜକୁ ଦୀର୍ଘବର୍ଷ ହେଲା ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ଏନେଇ ଜନସଧାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details