ଓଡିଶା

odisha

ETV Bharat / state

ଦେବଗଡରେ ଅଜଣା ଜନ୍ତୁ, 2 ଦିନରେ 30ରୁ ଅଧିକ ଛେଳି ନିଖୋଜ - ଦେବଗଡ

ଜଙ୍ଗଲରେ କୌଣସି ଅଜଣା ଜନ୍ତୁ ଆକ୍ରମଣରେ ଗତ ଦୁଇଦିନ ମଧ୍ୟରେ 15 ଟି ଛେଳି ଓ 2 ଟି ଗାଈ ମୃତ୍ୟୁବରଣ କରିଥିବା ବେଳେ ଏବେ 30 ରୁ ଅଧିକ ଛେଳି ନିଖୋଜ ଥିବା ଜଣାଯାଇଛି । ଅଧିକ ପଢନ୍ତୁ...

goats are missing in two days
ଦେବଗଡରେ ଅଜଣା ଯନ୍ତୁ, 2 ଦିନରେ 30ରୁ ଅଧିକ ଛେଳି ନିଖୋଜ

By

Published : Jan 4, 2021, 5:22 PM IST

Updated : Jan 4, 2021, 6:03 PM IST

ଦେବଗଡ: ବାରକୋଟ ରେଞ୍ଜ ଅନ୍ତର୍ଗତ ଚକଡ଼ିହି ଗାଁରେ ଦେଖାଦେଇଛି ଅଜଣା ଜନ୍ତୁର ଆତଙ୍କ । ଗାଁ ନିକଟ ଜଙ୍ଗଲରେ କୌଣସି ଅଜଣା ଜନ୍ତୁ ଆକ୍ରମଣରେ ଗତ ଦୁଇଦିନ ମଧ୍ୟରେ 15 ଟି ଛେଳି ଓ 2 ଟି ଗାଈ ମୃତ୍ୟୁବରଣ କରିଥିବା ବେଳେ ଏବେ 30 ରୁ ଅଧିକ ଛେଳି ନିଖୋଜ ଥିବା ଜଣାଯାଇଛି ।

ଦେବଗଡରେ ଅଜଣା ଜନ୍ତୁ, 2 ଦିନରେ 30ରୁ ଅଧିକ ଛେଳି ନିଖୋଜ

ଆକ୍ରମଣ କରୁଥିବା ବନ୍ୟଜନ୍ତୁ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିପାରିନାହିଁ । ତେଣୁ ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ସୂଚନାନୁଯାୟୀ, ଗତ ଶନିବାର ଚକଡିହି ଗାଁ ନିକଟସ୍ଥ ଜଙ୍ଗଲକୁ କିଛି ଗ୍ରାମବାସୀ ଛେଳି ଚରାଇବାକୁ ନେଇଥିଲେ । ଏହି ସମୟରେ ସେମାନେ କୌଣସି ଅଜଣା ଜନ୍ତୁର ଚିତ୍କାର ଶୁଣି ଭୟରେ ଗାଁକୁ ଦୌଡି ପଳାଇଥିଲେ । ପରଦିନ ଆସି ଦେଖିବା ପରେ ଜଙ୍ଗଲରେ 12 ଟି ଛେଳି ମରି ପଡିଥିଲେ ଓ ପ୍ରାୟ 30 ରୁ ଅଧିକ ଛେଳିଙ୍କ ପତ୍ତା ମିଳୁନଥିଲା ।

ମୃତ ଛେଳି ଗୁଡିକର ବେକରେ ଗଭୀର କ୍ଷତ ହୋଇଥିବା ବେଳେ ଆଉ କେତେକ ଛେଳିର ଅନ୍ତବୁଜୁଳା ପଦାକୁ ବାହାରି ପଡିଥିଲା । କୌଣସି ବନ୍ୟଜନ୍ତୁ ଏଭଳି ଆକ୍ରମଣ କରିଥିବା ସନ୍ଦେହ କରି ଗ୍ରାମବାସୀ ଏ ସମ୍ପର୍କରେ ବାରକୋଟ ବନବିଭାଗକୁ ଜଣାଇଥିଲେ । ବାରକୋଟ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଏହାର ଅନୁଧ୍ୟାନ କରିଥିଲେ ହେଁ ଅଜଣା ଜନ୍ତୁ ସମ୍ପର୍କରେ ଏଯାଏଁ କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ ।

ସେହିପରି ଆଜି ସକାଳୁ ମଧ୍ୟ ଉକ୍ତ ଜଙ୍ଗଲରେ ଆଉ ତିନୋଟି ଛେଳି ଓ ଦୁଇଟି ଗାଈର ଶବ ଗ୍ରାମବାସୀ ଉଦ୍ଧାର କରିଛନ୍ତି ଫଳରେ ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଯାଇଛି । ବାରକୋଟ ବନବିଭାଗ ପକ୍ଷରୁ ଏହାର ଅନୁସନ୍ଧାନ ଜାରି ରହିଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି ।

ଦେବଗଡରୁ ସରୋଜ ସତପଥୀ, ଇଟିଭି ଭାରତ

Last Updated : Jan 4, 2021, 6:03 PM IST

ABOUT THE AUTHOR

...view details