ଓଡିଶା

odisha

ETV Bharat / state

ଉଚ୍ଚ ଗବେଷଣା ପାଇଁ ଜର୍ମାନ ଯିବେ ଦେବଗଡର ଝିଅ ମୋନା - ଦେବଗଡରୁ ଜର୍ମାନ

ଉଚ୍ଚ ଗବେଷଣା ପାଇଁ ଜର୍ମାନ ଯାତ୍ରା କରିବେ ଦେବଗଡ ପୌରାଞ୍ଚଳର ମେଧାବୀ ଛାତ୍ରୀ ମୋନା ମିନାକ୍ଷୀ ମଞ୍ଜରୀ ଭୁକ୍ତା । କେବଳ ଜିଲ୍ଲାର ନୁହେଁ ବରଂ ସାରା ରାଜ୍ୟକୁ ଏନେଇ ଗର୍ବିତ କରିଛନ୍ତି ମୋନା ।

deogarh latest news, mona minakshi manjari bhukta from deogarh, deogarh to germany, girl from deogarh to travel germany, ଦେବଗଡ ଲାଟେଷ୍ଟ ନ୍ୟୁଜ୍‌, ଦେବଗଡ ଝିଅ ମୋନା ମିନାକ୍ଷୀ ମଞ୍ଜରୀ ଭୁକ୍ତା, ଦେବଗଡରୁ ଜର୍ମାନ, ଦେବଗଡ ଝିଅଙ୍କ ଜର୍ମାନ ଯାତ୍ରା
ଉଚ୍ଚ ଗବେଷଣା ପାଇଁ ଦେବଗଡର ଝିଅ ମୋନାଙ୍କ ଜର୍ମାନ ଯାତ୍ରା

By

Published : Sep 14, 2020, 10:01 AM IST

ଦେବଗଡ: ଉଚ୍ଚ ଗବେଷଣା ପାଇଁ ଜର୍ମାନ ଯାତ୍ରା କରିବେ ଦେବଗଡ ପୌରାଞ୍ଚଳର ମେଧାବୀ ଛାତ୍ରୀ ମୋନା ମିନାକ୍ଷୀ ମଞ୍ଜରୀ ଭୁକ୍ତା । କେବଳ ଜିଲ୍ଲାର ନୁହେଁ ବରଂ ସାରା ରାଜ୍ୟକୁ ଏନେଇ ଗର୍ବିତ କରିଛନ୍ତି ମୋନା । ଜର୍ମାନର ଗୁଟେନବର୍ଗ ବିଶ୍ବ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ନାନୋମ୍ୟାଗନେଟିଜିମ ଓ ସ୍ପ୍ରିଟନିକ୍ସ ଉପରେ ସେ ଗବେଷଣା କରିବା ପାଇଁ ମନୋନୀତ ହୋଇଛନ୍ତି । ପ୍ରଦ୍ୟୁମ୍ନ କୁମାର ଭୁକ୍ତା ଓ ନୟନି ମଞ୍ଜରୀ ଭୁକ୍ତାଙ୍କ ଔରସରୁ ଜନ୍ମ ନେଇଥିବା ମୋନାଙ୍କ ଏହି କୃତୀତ୍ବ ପାଇଁ ଏବେ ତାଙ୍କୁ ସାରା ରାଜ୍ୟରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ମୋନା 2012 ମସିହାରେ ଦେବଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ମ୍ୟାଟ୍ରିକ ପାସ କରିଥିଲେ । ଏହାପରେ ସେ ଯୁକ୍ତ ଦୁଇରେ କୃତକାର୍ଯ୍ୟ ହେବା ପରେ ନାଇଜରରେ ପଦାର୍ଥ ବିଜ୍ଞାନ ଅଧ୍ୟୟନ କରିଥିଲେ । ପରେ ପରେ ସେ ମୁମ୍ବାଇ ଆଇଟିଆଇରେ ଇଣ୍ଟର୍ଣ୍ଣସିପ୍‌ କରିଥିଲେ । ସମାନ ସମୟରେ ସେ ଜର୍ମାନର ଏକ ବିଶ୍ବ ବିଦ୍ୟାଳୟରେ ମଧ୍ୟ ଇଣ୍ଟର୍ଣ୍ଣସିପ୍‌ କରିବା ପାଇଁ ସୁଯୋଗ ପାଇଥିଲେ ।

ତେବେ ଜର୍ମାନୀରେ ମୋନା ସ୍ପିନଟେକ୍ସଚରର ଉଚ୍ଚ ସ୍ପେଶିଆଲ ରିଜୋଲ୍ୟୁସନ ମ୍ୟାଗ୍ନେଟିକ ଇମେଜିଂରେ ଅନୁସନ୍ଧାନ କରିବା ନେଇ ସ୍ପଷ୍ଟ ହୋଇଛି । ଏଥିରେ ଅଲ୍‌ଟ୍ରା ଲୋ ପାୱାର ସହିତ ପେନ ଡ୍ରାଇଭ, ହାର୍ଡ ଡିସ୍କ ଓ ର୍ୟାମ ଇତ୍ୟାଦିର ଷ୍ଟୋରେଜ ଡିଭାଇସର ଆକାରକୁ ହ୍ରାସ କରିହେବ । କମ ବୟସରେ ମୋନାଙ୍କ ଏହି ସଫଳତା ପାଇଁ ଏବେ ବାପା ମା’ଙ୍କ ସହ ରାଜ୍ୟବାସୀ ବେଶ ଗର୍ବିତ ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details