ଦେବଗଡ଼: ପିଶାଚ ସାଜିଲା ମାମୁଁ । ମାମୁଁ ଭାଣେଜିର ପବିତ୍ର ସମ୍ପର୍କରେ ଲାଗିଲା ଦାଗ । ଯୌନ ଲାଳସାରେ ସଂପର୍କକୁ ଭୁଲିଗଲା ମାମୁଁ । ନିଜ ନାବାଳିକା ଭାଣେଜିକୁ ବଳପୂର୍ବକ କଲା ଦୁଷ୍କର୍ମ । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଏନେଇ ବାରକୋଟ ଥାନାରେ ଏତଲା ଦିଆଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମାମୁଁ ଫେରାର ।
ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ବାରକୋଟ ଥାନା ଅଞ୍ଚଳର ଜଣେ ୧୦ ବର୍ଷୀୟ ନାବାଳିକାକୁ ମାମୁଁ ଦୁଷ୍କର୍ମ କରିଥିବା ନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗତ ୧୯ ତାରିଖ ଦିନ ସଂଧ୍ୟା ସମୟରେ ପୀଡିତାଙ୍କ ମା’ ତାଙ୍କୁ ଗ୍ରାମରେ ଥିବା ଦୋକାନରୁ ଆଳୁ ଆଣିବା ପାଇଁ କହିଥିଲେ । ତେବେ ପୀଡିତା ନାବାଳିକା ଆଳୁ ଆଣି ଘରକୁ ଫେରିବା ବାଟରେ ଅଭିଯୁକ୍ତ ମାମୁଁ ନିକଟସ୍ଥ କେନ୍ଦୁପତ୍ର ଫଡ଼ିକୁ ଟେକିନେଇ । ତାପରେ ବଳପୂର୍ବକ ଦୁଷ୍କର୍ମ କରିଥିଲା ଓ ଏହି ଘଟଣା ସମ୍ପର୍କରେ କାହାରିକୁ କିଛି କହିଲେ ହତ୍ୟା କରିଦେବି ବୋଲି ଧମକ ଦେଇଥିଲା । ତେବେ ଯନ୍ତ୍ରଣା ସହ୍ୟ କରିନପାରି ଶିଶୁ କନ୍ୟାଟି ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ପାଖରେ ସବୁକଥା କହିଥିଲା । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତ ମାମୁଁ ଫେରାର ଥିବା ଜଣାପଡିଛି ।