ଓଡିଶା

odisha

ETV Bharat / state

କୁଡିଆରେ ବିତୁଛି ମାନସିକ ରୋଗୀଙ୍କ ଦିନ: ସରକାରୀ ସହାୟତା ଦାବି - mental patient bishnu in deogarh

ବପାମାଆ ଚାଲିଯିବା ପରେ ପରିତ୍ୟକ୍ତ ଘରେ ଦିନ କାଟୁଛନ୍ତି ମାନସିକ ରୋଗୀ । ସରକାରୀ ସହାୟତା ପାଇଁ ସାଧାରଣରେ ଦାବି । ଅଧିକ ପଢନ୍ତୁ....

ଅସୁରକ୍ଷିତ ଘରେ ବିତୁଛି ଦିନ: ସରକାରୀ ସହାୟତା ପାଇଁ ଦାବି
ଅସୁରକ୍ଷିତ ଘରେ ବିତୁଛି ଦିନ: ସରକାରୀ ସହାୟତା ପାଇଁ ଦାବି

By

Published : Apr 11, 2021, 9:07 PM IST

ଦେବଗଡ: ଭଙ୍ଗା ଦଦରା କୁଡ଼ିଆରେ ଦୁଇବର୍ଷ ହେଲା ପଶୁତୁଲ୍ୟ ଜୀବନ ବିତାଇ ଆସୁଛନ୍ତି ଛେପଲିପାଲି ଗାଁର ବିଷ୍ଣୁ ମହାନନ୍ଦ । ପୈତୃକ କୁଡ଼ିଆ ଖଣ୍ଡିକ ବର୍ଷା କାରଣରୁ ମାଟିରେ ମିଶିଯିବା ପରେ ଗାଁରେ ଥିବା ଏକ ପରିତ୍ୟକ୍ତ ଭଙ୍ଗା କୁଡ଼ିଆ ପାଲଟିଛି ଆଶ୍ରୟସ୍ଥଳୀ । ମୁଣ୍ଡ ଗୁଞ୍ଜିବା ପାଇଁ ପ୍ରକୃତିର ତାଡନା ସହ ପ୍ରତିଦିନ କରିବାକୁ ପଡୁଛି ଲଢେଇ ।

ଅସୁରକ୍ଷିତ ଘରେ ବିତୁଛି ଦିନ: ସରକାରୀ ସହାୟତା ପାଇଁ ଦାବି

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଛେପଲିପାଲି ପଞ୍ଚାୟତରେ । ଏହି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଭଙ୍ଗା ଦଦରା ପରିତ୍ୟକ୍ତ ଅସୁରକ୍ଷିତ ବାସଗୃହରେ ଆଜକୁ ଦୁଇବର୍ଷ ହେଲା ଜୀବନକୁ ପାଣି ଛଡାଇ ବସବାସ କରି ଆସୁଛନ୍ତି ଛେପଲିପାଲି ଗାଁର ବିଷ୍ଣୁ ମହାନନ୍ଦ । ଦୀର୍ଘବର୍ଷ ହେବ ବାପାମାଆ ଆରପାରିକୁ ଚାଲିଯିବା ପରେ ସଂସାରରେ ଆଉ ନିଜର ବୋଲି କେହିନାହିଁ । ବିଷ୍ଣୁ ଜଣେ ମାନସିକ ରୋଗୀ ହୋଇଥିବାରୁ ସେ ବିବାହ ମଧ୍ୟ କରିନାହାନ୍ତି । ପୈତୃକ ଘର ଖଣ୍ଡିକରେ ସେ ବସବାସ କରି ଆସୁଥିଲେ । ହେଲେ ଗତ ଦୁଇବର୍ଷ ପୂର୍ବରୁ ଲଗାଣ ବର୍ଷା ଫଳରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ତାଙ୍କର ପୈତୃକ ଗୃହଟି ସମ୍ପୂର୍ଣ୍ଣ ଭୁଶୁଡି ମାଟିରେ ମିଶିଗଲା ।

ଏହାପର ଠାରୁ ବିଷ୍ଣୁ ହୋଇଗଲେ ନିରାଶ୍ରୟ । ପରଘରେ ମୂଲ ମଜୁରୀ କରି ପେଟ ପୋଷୁଥିବା ବିଷ୍ଣୁଙ୍କ ପକ୍ଷରେ ଘରଟିଏ ତୋଳିବା ଆଉ ସମ୍ଭବ ହେଲା ନାହିଁ । ଫଳରେ ବିଷ୍ଣୁ କୌଣସି ଅନ୍ୟ ଉପାୟ ନପାଇ ଗାଁରେ ଥିବା ଏକ ପରିତ୍ୟକ୍ତ ଭଙ୍ଗା ଘରେ ଅସୁରକ୍ଷିତ ଭାବେ ଜୀବନକୁ ପାଣି ଛଡାଇ ଆଶ୍ରୟ ନେଇଛନ୍ତି । ଭଙ୍ଗା ଦଦରା ପରିତ୍ୟକ୍ତ ଘରେ ଅତି ଅସୁରକ୍ଷିତ ଅବସ୍ଥାରେ ଜୀବନ ବିତାଉଥିବା ଏହି ନିରାଶ୍ରୟଙ୍କୁ ପ୍ରଶାସନ ପକ୍ଷରୁ ସରକାରୀ ଆବାସ ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details