ଓଡିଶା

odisha

ETV Bharat / state

ଲୁଢର ଗାଁରେ ନିର୍ମାଣ ହୋଇ ପାରୁନି ପୋଲ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ - ତିଲେବଣି ବ୍ଲକ୍‌ରେ ପୋଲ ସମସ୍ୟା

ଯାତାୟତରେ ପ୍ରତିବନ୍ଧକ ସାଜିଛି ଛେଳିଆ ମେଣ୍ଢିଆ ନାଳ । ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ ସୁଦ୍ଧା ଶୁଣୁନି ପ୍ରଶାସନ । ଅଧିକ ପଢ଼ନ୍ତୁ

ଲୁଢର ଗାଁରେ ନିର୍ମାଣ ହେଇ ପାରୁନି ପୋଲ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ
ଲୁଢର ଗାଁରେ ନିର୍ମାଣ ହେଇ ପାରୁନି ପୋଲ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

By

Published : Dec 22, 2021, 6:57 AM IST

ଦେବଗଡ଼:ଜିଲ୍ଲା ତିଳେଇବଣି ବ୍ଲକ ଝରାଗୋଗୁଆରୁ ଲୁଢର ଗାଁରେ ନିର୍ମାଣ ହେଇ ପାରୁନି ପୋଲ । ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତାରେ ରହିଛି ଛେଳିଆମେଣ୍ଢିଆ ନାଳ । ୨୦୧୫-୧୬ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହୋଇଥିଲା ରାସ୍ତା । ହେଲେ ଛେଳିଆମେଣ୍ଢିଆ ନାଳ ଉପରେ ପୋଲଟିଏ ନିର୍ମାଣ କରିପାରୁ ନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।

ଲୁଢର ଗାଁରେ ନିର୍ମାଣ ହେଇ ପାରୁନି ପୋଲ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ନାଳ ଉପରେ ପୋଲଟିଏ ନିର୍ମାଣ ହୋଇ ନଥିବାରୁ ରାସ୍ତା ଦେଇ ଯାତାୟତ କରିବା ସ୍ଥାନୀୟ ଲୋକଙ୍କ ପକ୍ଷରେ ସମ୍ଭବ ହୋଇ ପାରୁନାହିଁ । ଏହି ରାସ୍ତା ଉପରେ ଡିମିରିକୁଦା, ପୋହଳାମରା, ଲୁଢର, ଛେଳିଆମେଣ୍ଢିଆ ଆଦି ୭ଟି ଗାଁ ଲୋକେ ନିର୍ଭର କରୁଛନ୍ତି । ବର୍ଷା ୪ ମାସ ନାଳରେ ବନ୍ୟା ଆସିବା ଫଳରେ ଏହି ରାସ୍ତାଟି ଯାତାୟତ ଉପଯୋଗୀ ହୋଇ ରହୁନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଲୋକଙ୍କ ଯାତାୟତ ସୁବିଧା ପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରି ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହେଲା ସତ । ହେଲେ ନାଳରେ ପୋଲଟିଏ ନିର୍ମାଣ ହୋଇ ପାରୁନଥିବାରୁ ଏହାର ସୁଫଳ ସ୍ଥାନୀୟ ଲୋକେ ପାଇପାରିଲେ ନାହିଁ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details