ଦେବଗଡ: ସାରା ବିଶ୍ବରେ ମହାମାରୀ ଭଳି ବ୍ୟାପିବାକୁ ଲାଗିଛି କରୋନା ଭାଇରସ । ଏହାର ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାରା ଦେଶରେ ବୁଧବାରରୁ 21 ଦିନ ପର୍ଯ୍ୟନ୍ତ ଲକ ଡାଉନ କରିଛନ୍ତି ।
ଦେବଗଡ଼ ଜିଲାରେ ଲକଡାଉନର ପ୍ରଭାବ ଯଥେଷ୍ଟ ମାତ୍ରାରେ ପରିଲକ୍ଷିତ ହୋଇଛି । ଦେବଗଡ଼ ସହର ସମେତ ଜିଲ୍ଲାର ବାରକୋଟ , ରିଆମାଳ ଓ ତିଳେଇବଣି ବ୍ଲକର ସମସ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସ୍ବାସ୍ଥ୍ୟ ଓ ସୁରକ୍ଷା ଭଳି ଅନ୍ୟ କେତେକ ଜରୁରୀକାଳୀନ ସେବାକୁ ବାଦ ଦେଲେ , ଜିଲାର ସମସ୍ତ ଦୋକାନ ବଜାର , ବ୍ୟବସାୟିକ ପ୍ରତିଷ୍ଠାନ , ଶିକ୍ଷାନୁଷ୍ଠାନ , ଯାନବାହନ ଚଳାଚଳ ଆଦି ସମ୍ପୂର୍ଣ୍ଣ ବନ୍ଦ ହୋଇଛି । କୌଣସି ଜରୁରୀ କାର୍ଯ୍ୟ ନଥିଲେ ଲୋକେ ଘରୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଛି । ଫଳରେ ରାସ୍ତାଘାଟ ଶୂନଶାନ ହୋଇପଡିଛି । କୋରୋନା ଭୂତାଣୁ ସଂକ୍ରମଣ କ ରୋକିବା ପାଇଁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।