ଦେବଗଡ : ଜୀବନ ଓ ଜୀବିକା ପାଇଁ ଯାଯାବର ଜୀବନ ଯାପନ କରି ଆସୁଛନ୍ତି ମାଙ୍କଡିଆ ଜନଜାତି ପରିବାର । ଜଙ୍ଗଲରୁ ଶିଆଳି ପଟ ଓ ଗାଁ ଗଣ୍ଡାରୁ ଅଦରକାରୀ ପ୍ଲାଷ୍ଟିକ ବ୍ୟାଗ ସଂଗ୍ରହ କରିବା ଲକ୍ଷରେ ବର୍ଷ ତମାମ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁରିବୁଲୁଛନ୍ତି ଏହି ଆଦିମ ଜନଜାତି ଲୋକେ ।
ଜୀବିକା ପାଇଁ ସଙ୍କଟରେ ଯାଯାବର ମାଙ୍କଡ଼ିଆଙ୍କ କୌଳିକ ବୃତ୍ତି - mankadia jajabaras in problem
ଜୀବନ ଓ ଜୀବିକା ପାଇଁ ଯାଯାବର ଜୀବନ ଯାପନ କରି ଆସୁଛନ୍ତି ମାଙ୍କଡିଆ ଜନଜାତି ପରିବାର । ଜଙ୍ଗଲରୁ ଶିଆଳି ପଟ ଓ ଗାଁ ଗଣ୍ଡାରୁ ଅଦରକାରୀ ପ୍ଲାଷ୍ଟିକ ବ୍ୟାଗ ସଂଗ୍ରହ କରିବା ଲକ୍ଷରେ ବର୍ଷ ତମାମ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁରିବୁଲୁଛନ୍ତି ଏହି ଆଦିମ ଜନଜାତି ଲୋକେ । ଅଧିକ ପଢନ୍ତୁ...
ରାଜ୍ୟରେ ବସବାସ କରୁଥିବା 62 ଟି ଆଦିମ ଜନଜାତି ମଧ୍ୟରୁ ମାଙ୍କଡିଆ ସମ୍ପ୍ରଦାୟ ହେଲେ ଅନ୍ୟତମ । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର କେନ୍ଦୁଛାପଲ, କୁରଡ଼ ଓ କଳାମାଟି ଗାଁରେ ବସବାସ କରି ଆସୁଛନ୍ତି 200 ଟି ମାଙ୍କଡ଼ିଆ ଆଦିମ ଜନଜାତି ପରିବାର । ଜିଲ୍ଲାର ବିଭିନ୍ନ ବଣ ଜଙ୍ଗଲ ବୁଲିବୁଲି ଶିଆଳି ପଟ ସଂଗ୍ରହ କରିବା ଓ ବିଭିନ୍ନ ଗାଁ ଗଣ୍ଡାରୁ ଅଦରକାରୀ ପ୍ଲାଷ୍ଟିକ ବ୍ୟାଗ ସଂଗ୍ରହ କରି ସେଥିରୁ ପ୍ଲାଷ୍ଟିକ ରସି ତିଆରି କରି ବିକ୍ରି କରିବା ଏହି ବିରଳ ଜନଜାତିର ମୁଖ୍ୟ ଜୀବିକା । ଏଥିରୁ ଯେଉଁ ଦୁଇପାଇସା ମିଳେ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି ଏହି ଜନଜାତିର ଲୋକେ । ସେଥିପାଇଁ ବର୍ଷ ସାରା ଯାଯାବର ଜୀବନଯାପନ କରିବାକୁ ପଡିଥାଏ ଏମାନଙ୍କୁ ।
ଜୀବିକା ଅନ୍ୱେଷଣରେ ଆସିଥିବା ଏଭଳି କିଛି ମାଙ୍କଡ଼ିଆ ପରିବାରଙ୍କୁ ଦେଖିବାକୁ ମିଳିଛି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ । ବିଭିନ୍ନ ଜଙ୍ଗଲ ନିକଟରେ ମାଙ୍କଡ଼ିଆ ପରିବାର ଅସ୍ଥାୟୀ କୁମା ତିଆରି କରି ସେଥିରେ ପିଲାଛୁଆଙ୍କୁ ନେଇ ବସବାସ କରିଆସୁଛନ୍ତି । ଜଙ୍ଗଲରୁ ଶିଆଳି ପଟ ସଂଗ୍ରହ କରି ସେସବୁ ବନବିଭାଗ କାର୍ଯ୍ୟାଳୟରେ କେରା ପ୍ରତି ମାତ୍ର କୋଡିଏ ଟଙ୍କା ଦରରେ ବିକ୍ରି କରୁଛନ୍ତି । ଏଥିସହ ଆଖପାଖ ଗାଁ ଗଣ୍ଡାରୁ ଅଦରକାରୀ ପ୍ଲାଷ୍ଟିକ ବ୍ୟାଗ ସଂଗ୍ରହ କରି ସେଥିରୁ ପ୍ଲାଷ୍ଟିକ ରସି ତିଆରି କରି ବିଭିନ୍ନ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି ଏମାନେ ।
ତେବେ ଜଙ୍ଗଲ ସମ୍ପଦ ହ୍ରାସ ପାଉଥିବାରୁ ଶିଆଳି ପଟର ଅଭାବ ଦେଖାଦେଇଥିବା ବେଳେ, ସେପଟେ ହାତ ତିଆରି ପ୍ଲାଷ୍ଟିକ ରସିର ଚାହିଦା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଯାହାକି ଏହି ବିରଳ ଜନଜାତିର କୌଳିକ ବୃତ୍ତିକୁ ସଙ୍କଟରେ ପକାଇ ଦେଇଛି । ଦିନସାରା ହାଡ଼ଭଙ୍ଗା ପରିଶ୍ରମ ତୁଳନାରେ ପାରିଶ୍ରମିକ ଯଥେଷ୍ଟ କମ ମିଳୁଥିବାରୁ ଏଥିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି ।
ବିରଳ ଆଦିମ ଜନଜାତିର ବିକାଶ ପାଇଁ ସରକାର କେତେକଣ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ, ଦେବଗଡ଼ ଜିଲ୍ଲାରେ ବସବାସ କରୁଥିବା ମାଙ୍କଡିଆ ଜନଜାତିର ଦୟନୀୟ ଅବସ୍ଥା ଦେଖିଲ ଏହି ଯୋଜନା ଲକ୍ଷଚ୍ୟୁତ ହେଲାଭଳି ମନେହେଉଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ