ଓଡିଶା

odisha

ETV Bharat / state

ବାଘ ଛାଲ ବିକ୍ରି ଉଦ୍ୟମ ପଣ୍ଡ; ବନବିଭାଗର ଅଚାନକ ଚଢାଉ, 2 ଗିରଫ - ରିଆମାଳ ରେଞ୍ଜ ଅଧିନ ସିମିଳିହତା ଗ୍ରାମ

ରିଆମାଳ ରେଞ୍ଜ ଅଧିନ ସିମିଳିହତା ଗ୍ରାମରେ ବନବିଭାଗର ଏକ ସ୍ପେଶାଲ ସ୍କ୍ବାର୍ଡ ଚଢ଼ାଉ । ବାଘ ଛାଲ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ଅଧିକ ପଢନ୍ତୁ...

ବାଘ ଛାଲ ବିକ୍ରି ଉଦ୍ୟମ ପଣ୍ଡ; ବନବିଭାଗର ଅଚାନକ ଚଢାଉ, 2 ଗିରଫ
ବାଘ ଛାଲ ବିକ୍ରି ଉଦ୍ୟମ ପଣ୍ଡ; ବନବିଭାଗର ଅଚାନକ ଚଢାଉ, 2 ଗିରଫ

By

Published : Nov 11, 2021, 9:35 AM IST

ଦେବଗଡ଼: ରିଆମାଳ ରେଞ୍ଜ ଅଧିନ ସିମିଳିହତା ଗ୍ରାମରେ ବନବିଭାଗର ଏକ ସ୍ପେଶାଲ ସ୍କ୍ବାର୍ଡ ଚଢ଼ାଉ । ବାଘ ଛାଲ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ପଳସମା ପଞ୍ଚାୟତ କୁସଖୁଳିଆ ଗ୍ରାମର ପ୍ରହ୍ଲାଦ ପରିଡା (55) ଓ ରିଆମାଳ ଥାନା ଅନ୍ତର୍ଗତ ସିମିଳିହତା ଗ୍ରାମର ପାଣ୍ଡବ ପ୍ରଧାନ (40) ।

ବାଘ ଛାଲ ବିକ୍ରି ଉଦ୍ୟମ ପଣ୍ଡ; ବନବିଭାଗର ଅଚାନକ ଚଢାଉ, 2 ଗିରଫ

ସୂଚନା ଅନୁଯାୟୀ, ବାଘଚାଲ କାରବାର ଚାଲିଥିବା ସମ୍ପର୍କରେ ଗତକାଲି(ବୁଧବାର) ଦେବଗଡ଼ ବନବିଭାଗ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଡ଼ିଏଫଓ କ୍ଷମା ଷଢଙ୍ଗୀଙ୍କ ନିର୍ଦ୍ଦେଶରେ ରିଆମାଳ ରେଞ୍ଜ ଅଫିସର ମହେନ୍ଦ୍ର ସାହୁଙ୍କ ନେତୃତ୍ବରେ ଏକ ସ୍ପେଶାଲ ସ୍କ୍ବାର୍ଡ ସିମିଳିହତା ଗ୍ରାମରେ ଅଚାନକ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ଏକ ବାଘ ଛାଲ ଜବତ କରାଯିବା ସହିତ ଏହି କାରବାରରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ତେବେ ଏହି କାରବାରରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ଏହା କେଉଁ ଠାରୁ ଓ କେବେ ଶିକାର କରାଯାଇଥିଲା ଏବଂ କେଉଁଠିକୁ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲା, ସେ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।


ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details