ଓଡିଶା

odisha

By

Published : Dec 13, 2019, 3:13 PM IST

ETV Bharat / state

ଚଞ୍ଚକତା କରି ଜମି ଅଧିଗ୍ରହଣ ଅର୍ଥ ହଡପ ଅଭିଯୋଗ

ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ଚାଲିଥିବା ଜମି ଅଧିଗ୍ରହଣ କ୍ଷତିପୂରଣ ଅର୍ଥ ଚଞ୍ଚକତା କରି ହଡପ ଅଭିଯୋଗ ହୋଇଛି ।

deogarh
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ


ଦେବଗଡ଼: ଜାତୀୟ ରାଜପଥ ୨୩ର ପ୍ରଶସ୍ତିକରଣ ପାଇଁ ଚାଲିଥିବା ଜମି ଅଧିଗ୍ରହଣ କ୍ଷତିପୂରଣ ଅର୍ଥ ହଡପ ଅଭିଯୋଗ ହୋଇଛି । ଏହି ଅର୍ଥ ହଡପ ନେଇ ଅଭିଯୋଗ ପାଇବାପରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଶ୍ରୀ ସାମଲଙ୍କ ନିର୍ଦ୍ଦେଶକ୍ରମେ ଏହି ଅଭିଯୋଗର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିବା ନେଇ ପ୍ରଶାସନିକ ସୂତ୍ରରୁ ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଦେବଗଡ

ବାରକୋଡ ତହସିଲ ଅନ୍ତର୍ଗତ ବଳିତା ମୌଜାରେ ୨୩ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜମି ଅଧିଗ୍ରହଣ ପ୍ରକ୍ରିୟାରେ କୌଣସି ଆବଶ୍ୟକତା ନ ଥାଇ ଓ ଜାତୀୟ ରାଜପଥ ପାଇଁ ପ୍ରସ୍ତୁତ ନକ୍ସାକୁ ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଛି । ଏହା ସହ ବଳିତା ମୌଜାର ପ୍ଲଟ ନଂ- ୪୮୨/୧୧୧୯/୪୮୪/ ଓ ୧୨୫୪କୁ ଅଧିଗ୍ରହଣ ପ୍ରକ୍ରିୟାରେ ସାମିଲ କରିବା ସହ ଯୋଗ୍ୟ ବିବେଚିତ କରାଯାଇ ଏ ବାବଦକୁ ମିଳିଥିବା ଲକ୍ଷ ଲକ୍ଷ ଟଙ୍କା ଜୈନିକ ପ୍ରଭାବଶାଳୀ ବ୍ୟକ୍ତି ହତେଇ ନେଇଥିବା ଦେବଗଡ଼ ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ରାଜସ୍ବ ବିଭାଗର ଅଧିକାରୀ ଓ କର୍ମଚାରୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details