ଦେବଗଡ: ସ୍ଥାନୀୟ ବାରକୋଟ ବ୍ଲକ ନିକଟସ୍ଥ ବ୍ରାହ୍ମଣୀ ପୋଲ ନିର୍ମାଣ କରୁଥିବା ଜନୈକ ଶ୍ରମିକଙ୍କ ଶୁକ୍ରବାର ସାପ କାମୁଡାରେ ମୃତ୍ୟୁ ହୋଇଛି । ସମ୍ପୃକ୍ତ ଶ୍ରମିକ ଜଣଙ୍କ ଏକ ଠିକା ସଂସ୍ଥା ଦ୍ବାରା କାର୍ଯ୍ୟରେ ନିୟୋଜିତ ଥିଲେ । ମୃତ ଶ୍ରମିକ ହେଉଛନ୍ତି ଔରଙ୍ଗାବାଦର ଛୋଟୁ କୁମାର (20) । ସେ ବାରକୋଟର ଓରିଏଣ୍ଟାଲ ନାମକ ଏକ ଠିକା ସଂସ୍ଥାରେ କାର୍ଯ୍ୟ କରିଆସୁଥିଲେ ।
ପୋଲ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କ ସାପ କାମୁଡାରେ ମୃତ୍ୟୁ - ସାପ କାମୁଡାରେ ଶ୍ରମିକଙ୍କ ମୃତ୍ୟୁ
ସ୍ଥାନୀୟ ବାରକୋଟ ବ୍ଲକ ନିକଟସ୍ଥ ବ୍ରାହ୍ମଣୀ ପୋଲ ନିର୍ମାଣ କରୁଥିବା ଜନୈକ ଶ୍ରମିକଙ୍କ ଶୁକ୍ରବାର ସାପ କାମୁଡାରେ ମୃତ୍ୟୁ ହୋଇଛି ।

ପୋଲ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କ ସାପ କାମୁଡାରେ ମୃତ୍ୟୁ
ସେ ଗୁରୁବାର ରାତିରେ ଶୋଇଥିବା ସମୟରେ ରାତିରେ ତାଙ୍କୁ ଏକ ସାପ କାମୁଡିଥିଲା । ପରେ ତାଙ୍କ ସହକର୍ମୀ ତାଙ୍କୁ ବାରକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତଦେହ ବ୍ୟବଚ୍ଛେଦ ହେବା ପରେ ସମ୍ପୃକ୍ତ ଠିକାସଂସ୍ଥା ତାଙ୍କ ମୃତଦେହକୁ ତାଙ୍କ ଘରକୁ ପଠାଇ ଦେଇଥିବା ଜଣାପଡିଛି ।
ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ