ଓଡିଶା

odisha

ETV Bharat / state

ଦେଓଗଡରେ କରମା ଆଦିବାସୀ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ - deogarh news

ସୋମବାର ବନବାସୀ କଲ୍ୟାଣ ଆଶ୍ରମ ଦେଓଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ସଭାଗୁଳିରେ ଦୁଇ ଦିନିଆ  କରମା ଆଦିବାସୀ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

karama tribal lokanurtya competition
କରମା ଆଦିବାସୀ ଲୋକନୃତ୍ୟ ପ୍ରତିଯୋଗିତା

By

Published : Jan 20, 2020, 4:45 PM IST

ଦେଓଗଡ: ଦୁଇ ଦିନିଆ କରମା ଆଦିବାସୀ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସୋମବାର ବନବାସୀ କଲ୍ୟାଣ ଆଶ୍ରମ ଦେଓଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ସଭାଗୁଳିଠାରେ ଦୁଇ ଦିନିଆ କରମା ଆଦିବାସୀ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

କରମା ଆଦିବାସୀ ଲୋକନୃତ୍ୟ ପ୍ରତିଯୋଗିତା

ବନବାସୀ କଲ୍ୟାଣ ଆଶ୍ରମ ସଂଯୋଜକ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କରମା ନୃତ୍ୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।

ଦୁଇଦିନ ଧରି ଚାଲିଥିବା କରମା ନୃତ୍ୟ ପ୍ରତିଯୋଗିତାରେ ଜିଲ୍ଲାର ବାରକୋଟ, ରିଆମାଳ ଓ ତିଳେଇବଣି ବ୍ଲକ ସମେତ ଦେବଗଡ଼ ସଦର ମହକୁମାରୁ ସର୍ବମୋଟ ୨୨ ଟି ଦଳ ଅଂଶଗ୍ରହଣ କରି ସେମାନଙ୍କ ନୃତ୍ୟ ପରିବେଷଣ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳମାନଙ୍କୁ ପ୍ରୋତ୍ସାହନ ସ୍ବରୂପ ନଗଦ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା ।

ସମାଜରେ ଲୋପ ପାଇବାକୁ ବସିଥିବା ଆଦିବାସୀ ଲୋକକଳା ଓ ସଂସ୍କୃତିକୁ ପୁନଃର୍ଜିବିତ କରିବା ଓ ପ୍ରତିଯୋଗିତା ମାଧ୍ୟମରେ ଏହାକୁ ଲୋକଲୋଚନକୁ ଆଣି ସୁଦୂର ପ୍ରସାର କରିବା ଲକ୍ଷ୍ୟରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଏହି ଆୟୋଜନ କରାଯାଇଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ବନବାସୀ କଲ୍ୟାଣ ଆଶ୍ରମ ଦେବଗଡ଼ ଶାଖାର ସମସ୍ତ ସଦସ୍ୟ ଏବଂ ଆରଏସଏସର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।

ଦେଓଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details