ଓଡିଶା

odisha

ETV Bharat / state

ଶ୍ରମିକ ବଦଳରେ ମେସିନ କରୁଛି ମନରେଗା କାମ

ଦେବଗଡ଼ ରିଆମାଳ ବ୍ଲକରେ ମନରେଗା ଯୋଜନାରେ ଶ୍ରମିକଙ୍କ ବଦଳରେ ମେସିନ କାମ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଶ୍ରମିକ ବଦଳରେ ମେସିନ କରୁଛି ମନରେଗା କାମ
ଶ୍ରମିକ ବଦଳରେ ମେସିନ କରୁଛି ମନରେଗା କାମ

By

Published : May 1, 2021, 9:17 AM IST

ଦେବଗଡ଼: ଶ୍ରମିକଙ୍କ ବଦଳରେ ମେସିନ କରୁଛି ମନରେଗା କାମ । ଯନ୍ତ୍ରୀ ଓ ଠିକାଦାର ହେଉଛନ୍ତି ମାଲାମାଲ । କାମ ଧନ୍ଦା ନପାଇ ହାତ ଉପରେ ହାତବାନ୍ଧି ବସି ରହିଛନ୍ତି ଗରିବ ଶ୍ରମିକ । ଏଭଳି ସାଂଘାତିକ ଅଭିଯୋଗ ରିଆମାଳ ବ୍ଲକର ନୂଆପଡା ପଂଚାୟତରୁ ଆସିଛି ।

ଶ୍ରମିକ ବଦଳରେ ମେସିନ କରୁଛି ମନରେଗା କାମ

ଶ୍ରମିକଙ୍କୁ ବର୍ଷକୁ ଅନ୍ତତଃ ଶହେ ଦିନର କାମଧନ୍ଦା ଯୋଗାଇ ଦେବା ଲକ୍ଷ୍ୟରେ ସରକାର କାର୍ଯ୍ୟକାରୀ କରିଛନ୍ତି ମନରେଗା ( ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ) ଯୋଜନା । ମାତ୍ର ଜିଲ୍ଲାର ରିଆମାଳ ବ୍ଲକ ନୂଆପଡା ପଞ୍ଚାୟତର ନୂଆପଡା ଗାଁରେ ଏକ ପୋଖରୀ ଖନନ କାର୍ଯ୍ୟରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଚଳିତ ବର୍ଷ ଗାଁରେ ଥିବା ଏହି ପୋଖରୀ ଖନନ ପାଇଁ ଏସଇଏଫସି ଯୋଜନାରୁ 3 ଲକ୍ଷ ଏବଂ ମନରେଗା ଯୋଜନାରୁ 5 ଲକ୍ଷ ସମୁଦାୟ 8 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଗତ କିଛିଦିନ ପୂର୍ବରୁ ଗାଁର ଜୈନିକ ଠିକାଦାର ଏହି କାର୍ଯ୍ୟକୁ ଆରମ୍ଭ କରିଥିଲେ ।

ମାତ୍ର ସମ୍ପୃକ୍ତ ଠିକାଦାର ଜଣକ କାର୍ଯ୍ୟରମ୍ଭ ପୂର୍ବରୁ କାର୍ଯ୍ୟସ୍ଥଳରେ ସୂଚନା ଫଳକ ନ ଲଗାଇ ଓ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ ନ କରି ଜେସିବି ମେସିନ ଓ ଟ୍ରାକ୍ଟର ସାହାଯ୍ୟରେ ପୋଖରୀ ଖୋଳି ମାଟି ଉଠାଇ ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କୋରୋନା ମହାମାରୀ ସମୟରେ ବିଚରା ଗରିବ ଶ୍ରେଣୀର ଲୋକେ କାମଧନ୍ଦା ନପାଇ ହାତ ଉପରେ ହାତବାନ୍ଧି ବସିରହିଥିବା ବେଳେ, ଏଠାରେ ଶ୍ରମଭିତ୍ତିକ କାର୍ଯ୍ୟ ମେସିନ ସାହାଯ୍ୟରେ କରାଇ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମଲେମାଲ ହେଉଛନ୍ତି । ଯାହାକି ଗ୍ରାମବାସୀଙ୍କୁ ବ୍ୟଥିତ କରିଛି ।

ଏ ସଂକ୍ରାନ୍ତରେ ଗ୍ରାମବାସୀ ପତ୍ର ମାଧ୍ୟମରେ ଦେବଗଡ଼ ଜିଲ୍ଲାପାଳ ଓ ଭିଜିଲାନ୍ସ ବିଭାଗ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ଏହାର ବିଦ୍ଧିବଦ୍ଧ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ରିଆମାଳ ବିଡ଼ିଓ ଦିବ୍ୟଶଙ୍କର ଜୟପୁରିଆଙ୍କୁ ଯୋଗାଯୋଗ କରିବା ପରେ ସେ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details