ଓଡିଶା

odisha

ETV Bharat / state

ରାସ୍ତା ନିର୍ମାଣକାରୀ ସଂସ୍ଥା ଭାଙ୍ଗିଲା କେନାଲ, ଶୁଖିଲା ପଡିଛି ଚାଷଜମି

ଦେବଗଡ଼ରେ ରାସ୍ତା ନିର୍ମାଣକାରୀ ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ଭାଙ୍ଗିଲା କେନାଲ । ଚାଷ ଜମିକୁ ଯାଉନି ପାଣି। ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ.....

irrigation problem
ଭାଙ୍ଗିଲା କେନାଲ

By

Published : Feb 23, 2020, 5:40 PM IST

ଦେବଗଡ଼: ରାସ୍ତା ନିର୍ମାଣକାରୀ ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ଭାଙ୍ଗିଲା କେନାଲ । ଚାଷଜମିକୁ ଜଳ ମୁନ୍ଦାଏ ପାଇଲେନି ଚାଷୀ । ଉଜୁଡିଗଲା ଚାଷ କାର୍ଯ୍ୟ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାରେ । ତିଳେଇବଣି ବ୍ଲକ ଅନ୍ତର୍ଗତ କଳାମାଟି ଓ ବଣିଆଁକିଲିଣ୍ଡା ଗାଁରେ ଥିବା ଚାଷଜମିକୁ ଜଳସେଚନ ଯୋଗାଇ ଦେବା ଲକ୍ଷ୍ୟରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଏହି ପ୍ରକଳ୍ପରୁ କେନାଲ ଯୋଗେ ପାଣି ଆସି କଳାମାଟି ଗାଁରେ ଥିବା ଏମଆଇପି ( Minor Irrigation Project ) କୋଟାରେ ଗଛିତ ରହୁଥିଲା । ଆଉ ସେଠାରୁ କେନାଲ ଯୋଗେ ଚାଷଜମିକୁ ଜଳ ଯୋଗାଇ ଦିଆଯାଉଥିଲା ।

ଭାଙ୍ଗିଲା କେନାଲ

ଏହି କେନାଲ ଯୋଗୁଁ ଅଞ୍ଚଳର ପ୍ରାୟ 300 ଏକର ଚାଷଜମିରେ ବର୍ଷ ତମାମ ଚାଷକାର୍ଯ୍ୟ ସୁଚାରୁ ରୂପେ ହୋଇ ଆସୁଥିଲା । ଚାଷୀମାନେ ଧାନଚାଷ ପରେ ପରେ ବିଭିନ୍ନ ପନିପରିବା ଓ ରବି ଜାତୀୟ ଫସଲ ଅମଳ କରି ଆସୁଥିଲେ । ମାତ୍ର ଦେବଗଡ଼ ଜିଲ୍ଲା ଦେଇ ଅତିକ୍ରମ କରିଥିବା 49 ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଓରିଏଣ୍ଟାଲ ନାମକ ଠିକାସଂସ୍ଥା ଆଜକୁ ଦୁଇବର୍ଷ ହେଲା ରାସ୍ତା ନିର୍ମାଣ ଆଳରେ କଳାମାଟି ଗାଁ ନିକଟରେ ଥିବା ଏହି କେନାଲକୁ ଭାଙ୍ଗି ଦେଇଥିବାରୁ ଏଠାରେ ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇଯ।ଇଛି ।

କେନାଲରେ ପାଣି ନ ଆସିବାରୁ ଚାଷୀମାନେ ଆଉ ଚାଷକାର୍ଯ୍ୟ କରିପାରୁ ନ ଥିବା ଅଭିଯୋଗ ହେ।ଇଛି । ଚାଷକାମ କରି ପରିବାର ଚଳାଉଥିବା ଚାଷୀ ଏବେ ହତାଶ ହୋଇପଡିଛି । କେନାଲର ମରାମତି ପାଇଁ କଳାମାଟି ଓ ବଣିଆକିଲିଣ୍ଡା ଗାଁର ଚାଷୀମାନେ ବାରମ୍ବାର ସମ୍ପୃକ୍ତ ଠିକାସଂସ୍ଥାକୁ ଜଣାଇ ଆସୁଥିଲେ ସୁଦ୍ଧା ସମ୍ପୃକ୍ତ ଠିକାସଂସ୍ଥା ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା କହିଛନ୍ତି ଚାଷୀ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।


ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details