ଦେବଗଡ଼: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କାଲକାଟ ଓ ଗଜୁରିବଣୀ ଗାଁରେ ଚଢ଼ାଉ କରାଯାଇ 20 ଲିଟର ଦେଶୀମଦ ଓ 1600 କିଲୋ ମହୁଲ ପଚ ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଦେବଗଡ଼ ଜିଲ୍ଲା ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ବୁଧବାର ଜିଲ୍ଲାର କାଲକାଟ ଓ ଗଜୁରିବଣି ଗାଁରେ ଚଢ଼ାଉ କରିଥିଲା ।
ଚଢ଼ାଉ ବେଳେ କାଲକାଟ ଗାଁର ଅଲେଖ କିଷାନଙ୍କ ଘରୁ 8 ଲିଟର ଦେଶୀମଦ ଓ 640 କିଲୋ ମହୁଲ ପଚ ଜବତ କରାଯାଇଥିଲା । ସେହିପରି ଗଜୁରିବଣି ଗାଁରେ ଚଢ଼ାଉ କରାଯାଇ 12 ଲିଟର ଦେଶୀମଦ ଓ 960 କିଲୋ ମହୁଲ ପଚ ଜବତ କରାଯାଇଥିଲା । ଏହି କାରବାରରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ ମାମଲା ରୁଜୁ କରାଯାଇଛି ।