ଓଡିଶା

odisha

ETV Bharat / state

ପଣ୍ଡ ହେଲା ବେଆଇନ କେନ୍ଦୁପତ୍ର ଚାଲାଣ, 2 ଗିରଫ - forest department

ବନ ବିଭାଗକୁ ସଫଳତା । ବେଆଇନ କେନ୍ଦୁପତ୍ର ଚାଲାଣ ବେଳେ ଚଢାଉ କରି 200ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଛି ବନ ବିଭାଗ । ଅଧିକ ପଢନ୍ତୁ...

ପଣ୍ଡ ହେଲା ବେଆଇନ କେନ୍ଦୁପତ୍ର ଚଲାଣ
ପଣ୍ଡ ହେଲା ବେଆଇନ କେନ୍ଦୁପତ୍ର ଚଲାଣ

By

Published : Jun 9, 2021, 7:02 AM IST

ଦେବଗଡ: ଜିଲ୍ଲା ବନବିଭାଗକୁ ସଫଳତା । ବେଆଇନ କେନ୍ଦୁପତ୍ର ଚାଲାଣ ବେଳେ ଚଢାଉ କରି 200ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହିତ କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଛି ବନ ବିଭାଗ ।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାଅନୁସାରେ ସମ୍ବଲପୁର ଜିଲ୍ଲାର ଜମନକିରାରୁ ଏକ ପିକଅପ ଭ୍ୟାନରେ ପଶ୍ଚିମବଙ୍ଗରୁ କେନ୍ଦୁପତ୍ର ଚୋରାରେ ଚାଲାଣ ହେଉଥିଲା । ଏନେଇ ବନ ବିଭାଗ ବିଶେଷ ସୁତ୍ରରୁ ଖବର ପାଇଥିଲା । ଦେବଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ ବିଭାଗୀୟ କର୍ମଚାରୀଙ୍କୁ ଚାଲାଣକାରୀ କାବୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁଯାୟୀ ଦେବଗଡ ଫରେଷ୍ଟର ପ୍ରଶନ୍ନ କୁମାର ସାହୁ, ତିଲେଇବଣି ଫରେଷ୍ଟର ସୁଧାଂଶୁ ବେହେରା, ଦେବଗଡ ଫରେଷ୍ଟଗାର୍ଡ ଭୋଳେଶ୍ବର ସାହୁ,ତିଲେଇବଣି ଫରେଷ୍ଟଗାର୍ଡ ଅଶୋକ ପାନ୍ନା ପ୍ରମୁଖ ସ୍କ୍ବାର୍ଡ ସହ ଉକ୍ତ ପିକଅପ୍ ଭ୍ୟାନକୁ ଜବତ କରିରାରୁ ପିଛା କରିଥିଲେ ।

ମଙ୍ଗଳବାର ସକାଳ ପ୍ରାୟ ୬ଟା ୪୫ ମିନିଟ ସମୟରେ ଉକ୍ତ ପିକଅପ୍ ଭ୍ୟାନଟି ତିଲେଇବଣି ପାରିହୋଇ କୁରଡ ନିକଟରେ ପହଞ୍ଚିବା ସମୟରେ ୪୯ ନମ୍ବର ଜାତୀୟ ରାଜପଥରେ ବନ ବିଭାଗ କର୍ମଚାରୀମାନେ ଗାଡିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଏହି କେନ୍ଦୁପତ୍ର ବେଆଇନ ଭାବେ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଜଣାପଡିବା ପରେ କେନ୍ଦୁପତ୍ର ଵୋଝେଇ ପିକ ଅପ ଭ୍ୟାନ ଜବତ କରିବା ସହିତ 2 ଜଣଙ୍କୁ ଗିରଫ କରିଛି ବନବିଭାଗ ।



ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details