ଓଡିଶା

odisha

ETV Bharat / state

ଜୋର ଜବରଦସ୍ତ ଚାଲିଛି ଗ୍ୟାସ ପାଇପ ବିଛା କାମ, ପ୍ରତିବାଦ କଲେ ମିଳୁଛି ଧମକ - ଗେଲ ଇଣ୍ଡିଆ

ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ ଝରାବେର୍ଣ୍ଣି ଗାଁରେ ଗେଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ଜୋରଜବରଦସ୍ତ ଚାଲିଛି ପାଇପ ବିଛା କାମ । ଅଧିକ ପଢନ୍ତୁ...

ଜୋର ଜବରଦସ୍ତ ଚାଲିଛି ଗ୍ୟାସ ପାଇପ ବିଛା କାମ, ପ୍ରତିବାଦ କଲେ ମିଳୁଛି ଧମକ
ଜୋର ଜବରଦସ୍ତ ଚାଲିଛି ଗ୍ୟାସ ପାଇପ ବିଛା କାମ, ପ୍ରତିବାଦ କଲେ ମିଳୁଛି ଧମକ

By

Published : Jun 4, 2020, 10:30 AM IST

ଦେବଗଡ: ଗେଲ ଇଣ୍ଡିଆ (GAIL India)ନାମକ କମ୍ପାନୀ ଚାଷୀଙ୍କୁ କ୍ଷତିପୂରଣ ନଦେଇ ଚାଷଜମି ଉପରେ ଜୋର ଜବରଦସ୍ତ ପାଇପ ଲାଇନ ବିଛାଉଥିବା ନେଇ ଜିଲ୍ଲାର ରିଆମାଳ ବ୍ଲକ ଝରାବେର୍ଣ୍ଣି ଗାଁର ଚାଷୀକୁଳଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଜୋର ଜବରଦସ୍ତ ଚାଲିଛି ଗ୍ୟାସ ପାଇପ ବିଛା କାମ, ପ୍ରତିବାଦ କଲେ ମିଳୁଛି ଧମକ

ସରକାରଙ୍କ ଉର୍ଜା ଗଙ୍ଗା ଯୋଜନାରେ ଘରକୁ ପାଇପ ଯୋଗେ ଗ୍ୟାସ ଯୋଗାଣ କରିବା ନେଇ ଗେଲ ଇଣ୍ଡିଆ କମ୍ପାନୀ ଦ୍ୱାରା ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଚେଡଉମରା ପଂଚାୟତର ଝରାବେର୍ଣ୍ଣି ଗାଁରେ ପାଇପ ବିଛା କାମ ଚାଲିଥିବା ବେଳେ, ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ସମ୍ପୃକ୍ତ କମ୍ପାନୀ ଲୋକଙ୍କ ଚାଷଜମି ଉପରେ ଜୋର ଜବରଦସ୍ତ ମେସିନ ସାହାଯ୍ୟରେ ଖୋଳି ପାଇପ ବିଛାଉଛି । ଏହାସହ ଜମି ମାଲିକଙ୍କୁ ଉଚିତ କ୍ଷତିପୂରଣ ଦେଉନଥିବା ଓ କେହି ଏହାର ପ୍ରତିବାଦ କଲେ ସେମାନଙ୍କୁ ଧମକ ଚମକ ଦେଉଥିବା ଏପରିକି ଥାନାରେ ମିଥ୍ୟା ମାମଲା କରି ଫସାଇ ଦେଉଥିବା ପରି ଗୁରୁତର ଅଭିଯୋଗ ହୋଇଛି ।

ଏ ସମ୍ପର୍କରେ ଗ୍ରାମବାସୀ ଦେବଗଡ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଉନଥିବା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details