ଓଡିଶା

odisha

By

Published : Oct 26, 2021, 4:59 PM IST

ETV Bharat / state

ରୋଜଗାର ଦେଉଛି ରଙ୍ଗୀନ ମାଛ, ଚାଷ କରି ସ୍ବାବଲମ୍ବୀ ୧୬୦ ମହିଳା

ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ରଙ୍ଗୀନ ମାଛ । ବାଡିରେ ରଙ୍ଗୀନ ମାଛ ଚାଷ କରି ମାସିକ ଭଲ ରୋଜଗାର କରୁଛନ୍ତି 160 ଜଣ ମହିଳା । ରଙ୍ଗୀନ ମାଛର ଗାଁ ମାନ୍ୟତା ପାଇଛି ଦେବଗଡ ଜିଲ୍ଲାର ଲାଣ୍ଡିଝରୀ । ଅଧିକ ପଢନ୍ତୁ...

ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ରଙ୍ଗୀନ ମାଛ
ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ରଙ୍ଗୀନ ମାଛ

ଦେବଗଡ଼:ବାରକୋଟ ବ୍ଲକ ମଧ୍ୟପୁର ପଞ୍ଚାୟତରେ ରହିଛି ଲାଣ୍ଡିଝରୀ ଗାଁ । ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଏହି ଗାଁଟି ରଙ୍ଗୀନ ମାଛର ଗାଁ ଭାବେ ବେଶ୍ ପରିଚିତ । 2010 ମସିହାରେ ଏହି ଗାଁର ଯିବେଶ୍ୱରୀ ପ୍ରଧାନ ସର୍ବପ୍ରଥମେ ଆରମ୍ଭ କରିଥିଲେ ରଙ୍ଗୀନ ମାଛ ଚାଷ । ପରେ ପରେ ଗାଁରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯିବେଶ୍ୱରୀଙ୍କ ଠାରୁ ଅନୁପ୍ରାଣିତ ହୋଇ ରଙ୍ଗୀନ ମାଛ ଚାଷ କରି ଆସୁଛନ୍ତି । ବର୍ତ୍ତମାନ ଗାଁର 16ଟି ସ୍ୱୟଂ ସହାୟିକା ଗୋଷ୍ଠୀର 160 ଜଣ ମହିଳା ରଙ୍ଗୀନ ମାଛ ଚାଷ କରି ଆତ୍ମନିର୍ଭରଶୀଳ ହେବା ସହିତ ଏହି ଗାଁକୁ 'ରଙ୍ଗୀନ ମାଛର ଗାଁ ' ଭାବେ ନୂତନ ପରିଚୟ ଦେଇଛନ୍ତି ।

ରୋଜଗାର ଦେଉଛି ରଙ୍ଗୀନ ମାଛ

ଉନ୍ନତମାନର ରଙ୍ଗୀନ ମାଛ ଚାଷ ପାଇଁ ଲାଣ୍ଡିଝରୀ ଗାଁ କେବଳ ଜିଲ୍ଲା କାହିଁକି ସାରା ରାଜ୍ୟରେ ମଧ୍ୟ ସୁଖ୍ୟାତ ଅର୍ଜନ କରିପାରିଛି । ରଙ୍ଗୀନ ମାଛ କିଣିବା ପାଇଁ ସୁଦୂର ସମ୍ବଲପୁର, ରାଉରକେଲା, ଭୁବନେଶ୍ୱର, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରୁ ବହୁ ସଂଖ୍ୟାରେ ଗ୍ରାହକ ପ୍ରତିଦିନ ଲାଣ୍ଡିଝରୀ ଗାଁକୁ ଆସୁଛନ୍ତି ।

ପ୍ରତି ଘରେ ଆକ୍ବାରିୟମରେ ରଙ୍ଗୀନ ମାଛ ରଖିବା ଏବେ ଏକ ସଉକରେ ପରିଣତ ହୋଇଗଲାଣି । ଏଥିଯୋଗୁଁ ରଙ୍ଗୀନ ମାଛର ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ବ୍ଲାକ ମଲ୍ଲି , ହ୍ଵାଇଟ ମଲ୍ଲି , ରେଡ଼ ମଲ୍ଲି , ଗୋଲଡ଼ ଫିସ ଓ ଗୋପୀ ଆଦି ପ୍ରଜାତିର ମାଛର ଅଧିକ ଚାହିଦା ଥିବାରୁ ଲାଣ୍ଡିଝରୀ ଗାଁର ମହିଳାମାନେ ବିଶେଷକରି ଉକ୍ତ ପାଞ୍ଚଟି ପ୍ରଜାତିର ରଙ୍ଗୀନ ମାଛ ବହୁଳ ଭାବରେ ଚାଷ କରୁଛନ୍ତି । ରଙ୍ଗୀନ ମାଛ ବିକ୍ରି କରି ମହିଳାମାନେ ମାସକୁ ପାଞ୍ଚ ହଜାରରୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା କହିଛନ୍ତି ।

ଏହି ଚାଷ ପାଇଁ ଗାଁର 16 ଟି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଓଡିଶା ଜୀବିକା ମିଶନ ଓ ମତ୍ସ୍ୟ ବିଭାଗ ତରଫରୁ ବିଭିନ୍ନ ସରକାରୀ ସହାୟତା ଓ ତାଲିମ ଯୋଗାଇ ଦିଆଯାଉଛି । ଵିଶେଷକରି ରଙ୍ଗୀନ ମାଛ ଚାଷ କିଭଳି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ଅଧିକ ରୋଜଗାର ସୃଷ୍ଟି କରିପାରିବ ସେ ସମ୍ପର୍କରେ ଅଭିଜ୍ଞ ବିଶେଷଜ୍ଞମାନଙ୍କ ଦ୍ୱାରା ନିୟମିତ ବ୍ୟବଧାନରେ ମହିଳାମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ଫଳରେ ଏହି ଚାଷ ପ୍ରତି ମହିଳାଙ୍କ ମଧ୍ୟ ବିଶେଷ ରୁଚି ରହୁଛି ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details