ଓଡିଶା

odisha

ETV Bharat / state

ଫେଲ୍ ମାରିଛି ସରକାରୀ ଯୋଜନା, ଏବେ ବି ଝାଟିମାଟି ତଳେ ମାଙ୍କଡିଆ ଜନଜାତି - ଦେବଗଡ

ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ସୁନାମୁଣ୍ଡା ସ୍ଥିତ ମାଙ୍କଡିଆ ବସ୍ତିର ଲୋକଙ୍କ ପାଖରେ ନାହିଁ ବାସଘର । ଇନ୍ଦିରାଆବାସକୁ ଅପେକ୍ଷା କରିଛନ୍ତି ନୀରିହ ମାଙ୍କଡିଆ ଜନଜାତି । ଦେଖନ୍ତୁ ରିପୋର୍ଟ...

_homelss people from deogarh
ଝାଟିମାଟି ତଳେ ମାଙ୍କଡିଆ ଜନଜାତି

By

Published : Jan 5, 2020, 9:06 PM IST

ଦେବଗଡ: ବାସହରାଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ମାତ୍ର କ'ଣ ସତରେ ତାହା ବାସହୀନଙ୍କୁ ମିଳିପାରୁଛି । କେଉଁଠି ପଲିଥିନ ତଳେ ଲୋକେ ତ' କେଉଁଠି ଝାଟିମାଟି ତଳେ ଜୀବନ ବିତାଉଛନ୍ତି । ଏପରିକି ଏକ ଉଦାହରଣ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ସୁନାମୁଣ୍ଡା ସ୍ଥିତ ମାଙ୍କଡିଆ ବସ୍ତିରେ ।

ଏହି ବସ୍ତିରେ ଦୀର୍ଘ 20 ବର୍ଷ ହେବ ବସବାସ କରୁଛନ୍ତି 100 ମାଙ୍କଡିଆ ଜନଜାତି ପରିବାର । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିବା ଏହି ସମସ୍ତ ଲୋକଙ୍କ ପାଖରେ ନାହିଁ ବାସଗୃହ । ଝାଟିମାଟି ପତର କୁଡିଆରେ ଅତ୍ୟନ୍ତ ଦୟନୀୟ ଭାବେ ଜୀବନ ବିତାଇ ଆସୁଥିବା ଏହି ବାସହୀନ ପରିବାରଙ୍କ ମଧ୍ୟରୁ ଅଳ୍ପ କିଛି ପରିବାରଙ୍କୁ ସରକାର ଇନ୍ଦିରା ଆବାସ ଯୋଜନାରେ ସାମିଲ କରି ପ୍ରଦାନ କରାଯାଇ ଖଣ୍ଡିଏ ଲେଖାଏଁ ଆବାସ ଗୃହ ଯୋଗାଇ ଦିଆଯାଇଛି ।

ଝାଟିମାଟି ତଳେ ମାଙ୍କଡିଆ ଜନଜାତି

ସରକାରୀ ବାସଗୃହ ଖଣ୍ଡିଏ ପାଇବା ପାଇଁ ଲୋକେ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଛନ୍ତି, ହେଲେ କୌଣସି ଫଳ ମିଳୁନାହିଁ । ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗତ ୨୦୦୨ ମସିହାରେ ସର୍ଭେ ତାଲିକାଭୁକ୍ତ ହୋଇଥିବା ମୋଟ ୩୬ ଟି ମାଙ୍କଡିଆ ପରିବାରଙ୍କୁ ଇନ୍ଦିରା ଆବାସ ବାସଗୃହ ଯୋଗାଇ ଦିଆଯାଇଥିଲା । ଇତିମଧ୍ୟରେ ମାଙ୍କଡିଆଙ୍କ ପରିବାର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ, ସେମାନଙ୍କୁ ବାସଗୃହ ଯୋଗାଇ ଦିଆଯାଇନାହିଁ ।

ତେବେ ଏ ସମ୍ପର୍କରେ ଆମେ ଦେବଗଡ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭିନସେଣ୍ଟ ପୁନମକାନ୍ତ ଏକ୍କାଙ୍କୁ ମତାମତ ପଚାରିଥିଲୁ । ଖୁବ ଶୀଘ୍ର ନୂତନ ସର୍ଭେର ତାଲିକା ଆସିବା ପରେ ନୂଆ ପରିବାରଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details