ଓଡିଶା

odisha

ETV Bharat / state

ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ - ଇନ୍ଦିରାଗାନ୍ଧୀ ଷ୍ଟାଡିୟମ

ଦେବଗଡ ଜିଲ୍ଲାରେ ପୁରୁଷ ହକି ବିଶ୍ବକପ ଟ୍ରଫିକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ହକି ଟ୍ରଫି ପରିକ୍ରମା କରୁଥିବା ଟିମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଦେବଗଡ଼ ସହର ପରିକ୍ରମା କରିଥିଲା । ଅଧିକ ପଢନ୍ତୁ

hockey world cup
hockey world cup

By

Published : Jan 5, 2023, 9:00 PM IST

hockey world cup

ଦେବଗଡ:ବିଶ୍ୱକପ ହକି ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଦେବଗଡ ଜିଲ୍ଲାରେ ପୁରୁଷ ହକି ବିଶ୍ବକପ ଟ୍ରଫିକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଦେବଗଡ ଜିଲ୍ଲାରେ ଟ୍ରଫି ପହଞ୍ଚିବା ପରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ସମେତ ବହୁ ସଂଖ୍ୟାରେ କ୍ରୀଡ଼ାବିତ ଓ ଜନସାଧାରଣ ଏହାକୁ ସ୍ବାଗତ କରିଛନ୍ତି।

ହକି ଟ୍ରଫି ପରିକ୍ରମା କରୁଥିବା ଟିମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଦେବଗଡ଼ ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ , କ୍ରୀଡ଼ାବିତ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ଓ ଜନସାଧାରଣ ସାମିଲ ଥିଲେ । ସହରର ବିଭିନ୍ନ ସାହି ବସ୍ତି ଓ ଛକ ରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ କ୍ରୀଡ଼ାବିତ ଓ ଜନସାଧାରଣ ଉତ୍ସାହର ସହିତ ରୁଣ୍ଡ ହୋଇ ପୁଷ୍ପମାଲ୍ୟ ଦେଇ ଟ୍ରଫିକୁ ସ୍ବାଗତ କରିଥିଲେ । ପରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମକୁ ଟ୍ରଫି ଟିମ ପହଞ୍ଚି ଥିଲେ ଓ ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ତେବେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ,ଏସପି ପ୍ରମୋଦ କୁମାର ରଥଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ପଦାଧିକାରୀ, କ୍ରୀଡ଼ାବିତ ଓ ଜନସାଧାରଣ ଉପସ୍ଥିତ ରହି ଟ୍ରଫିକୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରିଶେଷରେ ଏହି ଟ୍ରଫି ଟିମ କୁ ସମ୍ମାନର ସହିତ ବିଦାୟ ଦେଇ ଅନୁଗୁଳ ଜିଲ୍ଲା ପ୍ରଶାସନ ହସ୍ତାନ୍ତର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-CM Naveen Rourkela Visit: ରାଉରକେଲାରେ ମୁଖ୍ୟମନ୍ତ୍ରୀ, ୧୧୦୦କୋଟି ଟଙ୍କା ପ୍ରକଳ୍ପର କଲେ ଲୋକାର୍ପଣ

ସେପଟେ ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ଆସନ୍ତା ୨୦୨୩ ଜାନୁଆରୀ ୧୩ରୁ ୨୯ ଯାଏଁ ଓଡ଼ିଶାରେ ହକି ବିଶ୍ବକପ ଖେଳାଯିବ(Hockey World Cup 2023) । ୨୦୨୩ ହକି ବିଶ୍ବକପ ପାଇଁ ପ୍ରାୟୋଜକ ରହିଛି ଓଡ଼ିଶା । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ହକି ବିଶ୍ବକପ ଖେଳାଯିବ । କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା ।

୨୦୧୮ ହକି ବିଶ୍ବକପର ଚମତ୍କାର ଆୟୋଜନ ସହିତ ବିଶ୍ବ ଦରବାରରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ୨୦୧୮ ତୁଳନାରେ ୨୦୨୩ ବିଶ୍ବକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ବିଶ୍ବକପ୍‌ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି ।

ଇଟିଭି ଭାରତ, ଦେବଗଡ

ABOUT THE AUTHOR

...view details