ଓଡିଶା

odisha

By

Published : Jun 30, 2020, 9:59 PM IST

ETV Bharat / state

ଯାତାୟତରେ ବାଧକ ହିଞ୍ଜୁଳୀ ନଦୀ, ପୋଲ ପାଇଁ 40 ବର୍ଷ ଅପେକ୍ଷା

ସମୟ ସହ ତାଳ ଦେଇ ଦେଶ ବିକାଶ ପଥରେ ଆଗେଇ ଚାଲିଥିବା ବେଳେ ଏବେ ବି ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଯାହାର ଏକ ଜ୍ବଳନ୍ତ ନଜିର ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତରେ ।

deogarh latest news, hinjuli river, bridge over hinjuli river, transport through hinjuli river in deogarh, ଦେବଗଡ ଲାଟେଷ୍ଟ ନ୍ୟୁଜ୍‌, ହିଞ୍ଜୁଳୀ ନଦୀ, ହିଞ୍ଜୁଳୀ ନଦୀରେ ପୋଲ ଦାବି, ଦେବଗଡରେ ହିଞ୍ଜୁଳୀ ନଦୀରେ ଯାତାୟତ
ଯାତାୟତରେ ବାଧକ ହିଞ୍ଜୁଳୀ ନଦୀ, ପୋଲ ପାଇଁ 40 ବର୍ଷ ହେବ ଚାଲିଛି ଅପେକ୍ଷା

ଦେବଗଡ: ସମୟ ସହ ତାଳ ଦେଇ ଦେଶ ବିକାଶ ପଥରେ ଆଗେଇ ଚାଲିଥିବା ବେଳେ ଏବେ ବି ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଯାହାର ଏକ ଜ୍ବଳନ୍ତ ନଜିର ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତରେ । ଏଠାରେ ଥିବା ହିଞ୍ଜୁଳି ନଦୀରେ ଏବେ ବି ଯାତାୟତ ପାଇଁ ପୋଲ ଖଣ୍ଡେ ନାହିଁ । ଜିଲ୍ଲା ପଠନର 26 ବର୍ଷ ବିତିଥିଲେ ବି ଏଠାରେ ଗମନାଗମନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ।

ଯାତାୟତରେ ବାଧକ ହିଞ୍ଜୁଳୀ ନଦୀ, ପୋଲ ପାଇଁ 40 ବର୍ଷ ହେବ ଚାଲିଛି ଅପେକ୍ଷା

ଏହା ଦିନେ ଅଧେ କଥା ନୁହେଁ, ଦୈନିକ ଏହି ନଦୀର ପ୍ରଖର ସ୍ରୋତରେ ଜୀବନକୁ ପାଣି ଛଡାଇ ଲୋକେ ଅତି ବିପଦଜନକ ସ୍ଥିତିରେ ଯାତାୟତ କରୁଛନ୍ତି । ଏହି ନଦୀ ରିଆମାଳ ବ୍ଲକର ଉଟୁଣିଆଁ ପଞ୍ଚାୟତରେ ଉଟୁଣିଆଁ ଓ ହରିହରପୁର ଗାଁ ମଧ୍ୟରେ ପ୍ରବାହିତ ହେଉଛି । ହେଲେ ଏହି ନଦୀ ଉପରେ କୌଣସି ପୋଲ ନଥିବାରୁ ଉଭୟ ଗାଁର ବାସିନ୍ଦା ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ସାଧାରଣତଃ ବର୍ଷା ଦିନେ ଏହି ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଥାଏ । ଫଳରେ ନଦୀ ସେପଟେ ଥିବା ହରିହରପୁର ଗାଁ ବର୍ଷାଦିନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । ସାଧାରଣ ଦିନରେ ଏହି ନଦୀର ପାର କରିବା କଷ୍ଟକର ହେଉଥିବା ବେଳେ ବର୍ଷାଦିନରେ କଷ୍ଟ ବହୁଗୁଣ ବଢିଯାଉଥିବା ଦେଖାଯାଏ । ତେବେ ବର୍ଷା ଦିନେ କେବଳ ହରିହରପୁର ଗାଁ ନୁହେଁ ବରଂ ନଦୀ ଆରପଟେ ଥିବା ସାଧୁବାହାଳି, ଖଣ୍ଡାଧୂଆଁ, ରତନପୁର ଓ ପୋଇପାଣି ଆଦି ପାଞ୍ଚଖଣ୍ଡ ଗାଁର ପ୍ରାୟ 2ହଜାରରୁ ଉର୍ଦ୍ଧ୍ବ ବାସିନ୍ଦା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି ।

ଆଜିକୁ ଦୀର୍ଘ 40 ବର୍ଷ ହେବ ଗ୍ରାମବାସୀ ଏହି ନଦୀ ଉପରେ ପୋଲ ନିର୍ମାଣ ନେଇ ଦାବି କରିଆସୁଛନ୍ତି । ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସଭିଙ୍କୁ ଦାବି ଜଣାଇ ଆସୁଥିଲେ ସୁଦ୍ଧା ହୋଇପାରୁନାହିଁ କୌଣସି ସମାଧାନ । ସୂଚନା ଅନୁଯାୟୀ ହିଞ୍ଜୁଳୀ ନଦୀରେ ପୋଲଟିଏ ନିର୍ମାଣ ପାଇଁ ଦେବଗଡ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ 6.5 କୋଟି ଟଙ୍କାର ଏଷ୍ଟିମେଟ କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି । ତେବେ ସରକାରଙ୍କ ପାଖରୁ ଅନୁମୋଦନ ପାଇଲେ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ନାରାୟଣ ପଟେଲ ପ୍ରକାଶ କରିଛନ୍ତି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details