ଦେବଗଡ: ତିନୋଟି ଶିଶୁଙ୍କୁ ନେଇ ଭିକ୍ଷାବୃତି କରି ଜୀବନ ବିତାଉଛନ୍ତି ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା । ନା ମୁଣ୍ଡ ଗୁଞ୍ଜିବାକୁ ଅଛି ଖଣ୍ଡିଏ ଘର, ନା ଦୁଇଓଳି ଦୁଇ ମୁଠା ପେଟଭରି ଖାଇବାକୁ ମିଳୁଛି ଦାନା । ଏମିତି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ରିଆମାଳ ବ୍ଲକ ସଦର ମହକୁମାରେ ।
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମହକୁମା ସ୍ଥିତ ସାପ୍ତାହିକ ବଜାର ନିକଟରେ ଥିବା ଏକ ପରିତ୍ୟକ୍ତ କୁଡ଼ିଆରେ ତିନୋଟି ସନ୍ତାନକୁ ନେଇ ବସବାସ କରି ଆସୁଛନ୍ତି ମମତା ବେହେରା ନାମକ ଜଣେ ଅସହାୟ ମହିଳା । ଗତ ଛଅ ମାସ ହେଲା ସ୍ୱାମୀ ଅନୀଲ ବେହେରା ସ୍ତ୍ରୀ ଓ ପିଲାଙ୍କୁ ଛାଡି କୁଆଡେ ଚାଲିଯାଇଛନ୍ତି । ଫଳରେ ମମତା ଅସହାୟ ହୋଇପଡିଛନ୍ତି । ସାହାରା ବୋଲି ଆଉ କେହିନାହିଁ । ନିଜର ପାଞ୍ଚୋଟି ସନ୍ତାନକୁ ପାଳନ ପୋଷଣ କରି ନପାରି କିଛିମାସ ପୂର୍ବରୁ ଦୁଇଟି ଶିଶୁପୁତ୍ରକୁ ଅନ୍ୟ ସମ୍ପର୍କୀୟଙ୍କ ହାତରେ ଟେକି ଦେଇ ଥିବାବେଳେ ଅନ୍ୟ ଦୁଇଟି କନ୍ୟା ଓ ଗୋଟିଏ ଶିଶୁପୁତ୍ରକୁ ନେଇ ରିଆମାଳ ଗ୍ରାମରେ ଭିକ୍ଷାବୃତି କରି ଦିନକାଟୁଛନ୍ତି ମମତା ।