ଓଡିଶା

odisha

By

Published : Jun 21, 2020, 2:47 AM IST

ETV Bharat / state

ଲଗାଣ ବର୍ଷାରେ ବେହାଲ ଗୋହିରା ନାଳ, ଯାତାୟତ ଠପ

ଦେବଗଡ ଜିଲ୍ଲାରେ ଲଗାଣ ବର୍ଷା ହେବା ଫଳରେ ତିଳେଇବଣି ବ୍ଲକ ଶୁଳିଆ ଗାଁ ନିକଟସ୍ଥ ଗୋହିରା ନାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଏହି ନାଳ ଦେଇ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇପଡିଛି ।ଅଧିକ ପଢନ୍ତୁ...

heavy-rain-in-deogarh-district-flood-setuatin-in-gohira-nala
ଲଗାଣ ବର୍ଷାରେ ବେହାଲ ଗୋହିରା ନାଳ, ଯାତାୟତ ଠପ

ଦେବଗଡ: ଗତ ଦୁଇଦିନ ହେଲା ଜିଲ୍ଲାରେ ଲଗାଣ ବର୍ଷା ହେବା ଫଳରେ ତିଳେଇବଣି ବ୍ଲକ ଶୁଳିଆ ଗାଁ ନିକଟସ୍ଥ ଗୋହିରା ନାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଏହି ନାଳ ଦେଇ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇପଡିଛି ।

ଲଗାଣ ବର୍ଷାରେ ବେହାଲ ଗୋହିରା ନାଳ, ଯାତାୟତ ଠପ

ଦେବଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଫଳରେ ତିଳେଇବଣି ବ୍ଲକ ଶୂଳିଆ ଗାଁ ନିକଟସ୍ଥ ଗୋହିରା ନାଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହି ନାଳରେ 3/4 ଫୁଟ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଏହି ରାସ୍ତାଦେଇ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । ଏହି ରାସ୍ତା ଦେଇ ପ୍ରତିଦିନ ଜିଲ୍ଲାର ନୂଆଡ଼ିହି , ଖିଲେଇ , ବାଘବର , ପାଳସମା , କରଲଗା ଆଦି ପାଞ୍ଚ ଖଣ୍ଡ ପଂଚାୟତ ର ଜନସାଧାରଣ ଦେବଗଡ଼ ସଦର ମହକୁମା କୁ ଯାତାୟତ କରିଥାନ୍ତି । ହେଲେ ଲଗାଣ ବର୍ଷା ଯୋଗୁଁ ଏହି ନାଳରେ ବନ୍ୟା ପରିସ୍ଥିତି ଦେଖାଦେଇ ଥିବାରୁ ଲୋକେ ଯାତାୟତ ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବିଡମ୍ବନାର ବିଷୟ ଯେ , ଲୋକଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ଆଜକୁ ଦୁଇବର୍ଷ ପୂର୍ବରୁ ଆର.ଡି. ବିଭାଗ ପକ୍ଷରୁ ଏହି ନାଳ ଉପରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ସମ୍ପୃକ୍ତ ଠିକାଦାର ଙ୍କ ଅପାରଗତା ଯୋଗୁଁ ନିର୍ଦ୍ଧାରିତ ସମୟରେ ଏହାର ନିର୍ମାଣକାର୍ଯ୍ୟ ସମାପ୍ତ ହୋଇପାରିନାହିଁ । ଏବେ ମଧ୍ୟ ପୋଲ ନିର୍ମାଣ କାର୍ଯ୍ୟ ଅଧ ପାନ୍ତରିଆ ହୋଇ ପଡିରହିଛି । ତେଣୁ ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଦେବଗଡରୁ ସରୋଜ ଶତପଥି ଇଟିଭି ଭାରତ

ABOUT THE AUTHOR

...view details