ଓଡିଶା

odisha

ETV Bharat / state

ଲଘୁଚାପ ଜନିତ ଲଗାଣ ବର୍ଷାରେ ହନ୍ତସନ୍ତ ଦେବଗଡ - deogarh district

ଦେବଗଡ଼ ଜିଲ୍ଲାରେ ଗତ ଦୁଇଦିନ ଧରି ଲାଗିରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ବିଶେଷକରି , ବାରକୋଟ ବ୍ଲକର ବିଭିନ୍ନ ଅଞ୍ଚଳରେ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେବାରୁ ଯାତାୟତ ଠପ ହୋଇପଡିଛି । ଅଧିକ ଖବର ପଢନ୍ତୁ...

ଲଘୁଚାପ ଜନିତ ଲଗାଣ ବର୍ଷାରେ ହନ୍ତସନ୍ତ ଦେବଗଡ ବାସୀ
ଲଘୁଚାପ ଜନିତ ଲଗାଣ ବର୍ଷାରେ ହନ୍ତସନ୍ତ ଦେବଗଡ ବାସୀ

By

Published : Aug 16, 2020, 9:20 PM IST

ଦେବଗଡ଼: ଜିଲ୍ଲାରେ ଗତ ଦୁଇଦିନ ଧରି ଲାଗିରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ବିଶେଷକରି , ବାରକୋଟ ବ୍ଲକର ବିଭିନ୍ନ ଅଞ୍ଚଳରେ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେବାରୁ ଯାତାୟତ ଠପ ହୋଇପଡିଛି । ସେହିପରି ପ୍ରବଳ ବର୍ଷା ଫଳରେ ପୁରୁଣାପାଣି ଓ ଖଜୁରିଖମଣ ଗାଁର ଅନେକ ଘରେ ପାଣି ପଶି ଯାଇଥିବା ଜଣାଯାଇଛି ।

ଲଘୁଚାପ ଜନିତ ଲଗାଣ ବର୍ଷାରେ ହନ୍ତସନ୍ତ ଦେବଗଡ ବାସୀ

ସେହିପରି ଦନ୍ତାରିବାହାଲ ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଗାଁରେ ଶନିବାର ଲଗାଣ ବର୍ଷା ଫଳରେ ଦୁଇଟି ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି । ଗତକାଲି ସକାଳେ ପ୍ରବଳ ବର୍ଷା ହେବା ଫଳରେ ଗାଁର ନିରଞ୍ଜନ ପ୍ରଧାନଙ୍କ ଘରଟି ଭୁଶୁଡି ପଡିଥିଲା । ଏହି ସମୟରେ ଘରେ ଥିବା ପରିବାର ଲୋକେ ଅଳ୍ପକେ ବଞ୍ଚି ଯାଇଥିଲେ । ତେବେ ଏଥିରେ ନିରଞ୍ଜନ ଙ୍କ ବାପା ଆହତ ହୋଇଥିବା ଜଣାପଡିଛି ।

ଲଘୁଚାପ ଜନିତ ଲଗାଣ ବର୍ଷାରେ ହନ୍ତସନ୍ତ ଦେବଗଡ ବାସୀ

ସେହିପରି ସକାଳ ସମୟରେ ଗାଁର ଲୋଚନ ଉଦାବରଙ୍କ ଘର ଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା । ସୌଭାଗ୍ୟ ବଶତଃ ଏଥିରେ କେହି ଆହତ ହୋଇନାହାଁନ୍ତି । ଗାଁ ଲୋକେ ପରିବାର ଲୋକଙ୍କୁ ଉଦ୍ଧାର କରି ଗାଁର ଭିଏସଏସ ଗୃହରେ ଆଶ୍ରୟ ଦେଇଛନ୍ତି । ଲଗାଣ ବର୍ଷା ଯୋଗୁଁ ଘରଦ୍ବାର ହରାଇଥିବା ଗରିବ ପରିବାରଙ୍କ କ୍ଷୟକ୍ଷତିର ସଠିକ ଆକଳନ କରି ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details