ଓଡିଶା

odisha

ETV Bharat / state

ସମ୍ପୂର୍ଣ୍ଣ ହେବା ପୂର୍ବରୁ ଭୁଷୁଡିଲା ଗୁଣ୍ଡେଇମୁରା କେନାଲ - ଦେବଗଡର ଗୁଣ୍ଡେଇମୁରା କେନାଲ

ଚାଷ ଜମିକୁ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାରଙ୍କ ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଗଲା କେନାଲ । ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ନିର୍ମାଣ ହୋଇଥିବା କେନାଲକୁ କିଛି ଦିନ ନପୁରୁଣୁ ମାଟିରେ ମିଶି ଯିବାକୁ ବସିଛି ଏହି କେନାଲ । ଅଧିକ ପଢନ୍ତୁ...

deogarh latest news, canal collapsed in deogarh, gundeimura canal, gundeimura canal in deogarh, gundeimura canal of deogarh collapsed, ଦେବଗଡ ଲାଟେଷ୍ଟ ନ୍ୟୁଜ୍‌, ଦେବଗଡରେ ଭୁଷୁଡିଲା କେନାଲ, ଗୁଣ୍ଡେଇମୁରା କେନାଲ, ଦେବଗଡର ଗୁଣ୍ଡେଇମୁରା କେନାଲ, ଭୁଷୁଡିଲା ଗୁଣ୍ଡେଇମୁରା କେନାଲ
ସମ୍ପୂର୍ଣ୍ଣ ହେବା ପୂର୍ବରୁ ଭୁଷୁଡିଲା ଗୁଣ୍ଡେଇମୁରା କେନାଲ

By

Published : Sep 11, 2020, 11:46 AM IST

ଦେବଗଡ: ଚାଷ ଜମିକୁ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାରଙ୍କ ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଗଲା କେନାଲ । ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ନିର୍ମାଣ ହୋଇଥିବା କେନାଲକୁ କିଛି ଦିନ ନପୁରୁଣୁ ମାଟିରେ ମିଶି ଯିବାକୁ ବସିଛି ଏହି କେନାଲ । ସ୍ଥାନୀୟ ଗୁଣ୍ଡେଇମୁରାର ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି । ଜିଲ୍ଲାର କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ବାରକୋଟ ବ୍ଲକ ଗୁଣ୍ଡେଇମୁରାଠାରେ ମତୁଆଳି ନାଳ ଉପରେ ନିର୍ମାଣ ହୋଇଛି ଏହି ଚେକ ଡ୍ୟାମ । ଗତ ଏପ୍ରିଲ ମାସରେ ଏହି ଚେକ ଡ୍ୟାମର ଲେଫ୍ଟ କେନାଲ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ସମ୍ପୂର୍ଣ୍ଣ ହେବା ପୂର୍ବରୁ ଭୁଷୁଡିଲା ଗୁଣ୍ଡେଇମୁରା କେନାଲ

ମୋଟ 5400 ମିଟର କେନାଲ କାମ ପାଇଁ ବ୍ୟୟ ହୋଇଥିଲା 27 ଲକ୍ଷ ଟଙ୍କା । କୁଚିଣ୍ଡା ଅଞ୍ଚଳର ଜଣେ ଠିକାଦାର ଏହି କାର୍ଯ୍ୟ କରି ଆସୁଥିଲେ । ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏହି କେନାଲର ମୋଟ 4400 ମିଟର କାମ ସମାପ୍ତ ହୋଇଛି ଓ ସମ୍ପୃକ୍ତ ଠିକାଦାରଙ୍କୁ 22 ଲକ୍ଷ ଟଙ୍କା ଦିଆଯାଇଛି । ହେଲେ ଦୁଃଖର ବିଷୟ କି ଏହି କେନାଲ କାର୍ଯ୍ୟ ନସରୁଣୁ ଏହାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । କେନାଲର ଅଧିକାଂଶ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ଆଉ କେତେକ ସ୍ଥାନରେ କେନାଲ ସମ୍ପୂର୍ଣ୍ଣ ରୂପେ ଭୁଷୁଡି ପଡିଛି ।

କେନାଲ ନିର୍ମାଣରେ ଖର୍ଚ୍ଚ ହୋଇଥିବା ଅର୍ଥ ତୁଳନାରେ ଅତି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ସମ୍ପୃକ୍ତ ଠିକାଦାର ଅନୁଦାନ ଟଙ୍କା ଉଠାଇ ନେଇଥିବାରୁ କେନାଲଟି ବ୍ୟବହାର ଉପଯୋଗୀ ହୋଇପାରୁନଥିବା ଅଭିଯୋଗ ହେଉଛି । ଫଳରେ ଏହି କେନାଲ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିବାକୁ ଆଶା ବାନ୍ଧି ବସିଥିବା ଗୁଣ୍ଡେଇମୁରା, ତାଲଖାଲି, ପବିତ୍ରପୁର, ମାଙ୍କରମୁଣ୍ଡା, ରେଗଡା ଓ କଣ୍ଟାପାଲି ଆଦି ଗ୍ରାମର ଚାଷୀକୁଳଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି କେନାଲର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ହୋଇଥିବା ଆଶଙ୍କା କରାଯାଉଛି । ତେବେ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଏହାର ବିଦ୍ଧିବଦ୍ଧ ତଦନ୍ତ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details