ଓଡିଶା

odisha

ETV Bharat / state

ଦେବଗଡ଼ରେ ଫେଲ ମାରିଛି ସ୍ଵଚ୍ଛ ଭାରତ ମିଶନ - ମାଟିରେ ମିସିଲାଣି ବ୍ୟକ୍ତିଗତ ଶୌଚାଳୟ

ଦେବଗଡ଼ରେ ଫେଲ ମାରିଛି ସରକାରଙ୍କ ସ୍ଵଚ୍ଛ ଭାରତ ମିଶନ । ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ଗ୍ରାମୀଣ ଅଧିବାସୀ । ଦିନ କେଇଟାରେ ମାଟିରେ ମିଶିଲାଣି ବ୍ୟକ୍ତିଗତ ଶୌଚାଳୟ । ଅଧିକ ପଢନ୍ତୁ...

ଦେବଗଡ଼ରେ ଫେଲ ମାରିଛି ସରକାରଙ୍କ ସ୍ଵଛ ଭାରତ ମିଶନ, ମାଟିରେ ମିସିଲାଣି ବ୍ୟକ୍ତିଗତ ଶୌଚାଳୟ
ଦେବଗଡ଼ରେ ଫେଲ ମାରିଛି ସରକାରଙ୍କ ସ୍ଵଛ ଭାରତ ମିଶନ, ମାଟିରେ ମିସିଲାଣି ବ୍ୟକ୍ତିଗତ ଶୌଚାଳୟ

By

Published : Jul 8, 2021, 7:36 AM IST

ଦେଓଗଡ଼: ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ସ୍ଵଚ୍ଛ ଭାରତ ମିଶନରେ ଦେବଗଡ଼ ଜିଲ୍ଲା ପାଇଛି ଅଦ୍ଭୂତପୂର୍ବ ସଫଳତା । ଗାଁ ଠୁ ସହର ସବୁଠି ଲୋକେ ସଚେତନ ହୋଇ ବ୍ୟବହାର କରି ଆସୁଛନ୍ତି ବ୍ୟକ୍ତିଗତ ଶୌଚାଳୟ । ଏମିତି ବହୁତ ତଥ୍ୟ ସରକାରୀ ରିପୋର୍ଟରେ ଦର୍ଶାଯାଇଛି । ମାତ୍ର ବାସ୍ତବ ସ୍ଥିତି ଯେ କେତେ ଭିନ୍ନ ଓ ଉଦବେଗଜନକ, ତାହା ଜିଲ୍ଲାର କେନ୍ଦୁଛପଲ ଗାଁରୁ ବେଶ ବାରି ହୋଇ ପଡୁଛି ।

ଦେବଗଡ଼ରେ ଫେଲ ମାରିଛି ସରକାରଙ୍କ ସ୍ଵଛ ଭାରତ ମିଶନ, ମାଟିରେ ମିସିଲାଣି ବ୍ୟକ୍ତିଗତ ଶୌଚାଳୟ

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର କେନ୍ଦୁଛପଲ ଗାଁରେ ବସବାସ କରି ଆସୁଛନ୍ତି 60 ଟି ମାଙ୍କଡ଼ିଆ ଆଦିମ ଜନଜାତି ପରିବାର। ଗତ କିଛିବର୍ଷ ପୂର୍ବରୁ ଏହି ସମସ୍ତ ପରିବାରକୁ ସରକାରଙ୍କ ଗ୍ରାମୀଣ ସ୍ଵଚ୍ଛ ଭାରତ ମିଶନ ଜରିଆରେ ଯୋଗାଇ ଦିଆଯାଇଥିଲା ଗୋଟିଏ ଲେଖାଏଁ ବ୍ୟକ୍ତିଗତ ଶୌଚାଳୟ । ଏହି ସମସ୍ତ ଶୌଚାଳୟର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ ଜଣେ ଠିକାଦାର । କିନ୍ତୁ ଏହି ଗ୍ରାମରେ ନିର୍ମାଣ ହୋଇଥିବା ଶୌଚାଳୟଗୁଡିକ କିଛିଦିନ ଭିତରେ ଗୋଟିଏ ପରେ ଗୋଟିଏ ମାଟିରେ ମିଶିଗଲା । ଫଳରେ ସରକାର ଯେଉଁ ମହତ ଉଦ୍ଦେଶ୍ୟ ନେଇ ଲୋକଙ୍କୁ ବ୍ୟକ୍ତିଗତ ଶୌଚାଳୟ ଯୋଗାଇ ଦେଇଥିଲେ, ସେହି ଉଦ୍ଦେଶ୍ୟ ସାଧିତ ହୋଇ ପାରିଲା ନାହିଁ । ଏପଟେ ସମ୍ପୃକ୍ତ ଠିକାଦାର ଜଣକ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରି କୌଶଳ କ୍ରମେ ବିଲ ଉଠାଇ ଛୁ ମାରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କେବଳ ଯେ ଶୌଚାଳୟ ତାହା ନୁହେଁ, ପାନୀୟ ଜଳ ସୁବିଧାରୁ ମଧ୍ୟ ବଞ୍ଚିତ ଏହି ଗ୍ରାମର ଲୋକେ ।

ଏହା କେବଳ ଗୋଟିଏ ଗାଁର ସମସ୍ୟା ନୁହେଁ । ସାରାଜିଲ୍ଲାର ଅଧିକାଂଶ ଗ୍ରାମାଞ୍ଚଳରେ ଏଭଳି ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଯାହାକି ଜିଲ୍ଲାରେ ଚାଲିଥିବା ସରକାରଙ୍କ ସ୍ଵଚ୍ଛ ଭାରତ ମିଶନର ବିଫଳତାକୁ ସ୍ପଷ୍ଟ ଇଙ୍ଗିତ କରୁଛି ।



ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details