ଦେବଗଡ:ଶୁଖିଗଲା ଜିଲ୍ଲାର ପ୍ରମୁଖ ଗୋହିରା ଜଳସେଚନ ପ୍ରକଳ୍ପ । ଜଳଭଣ୍ଡାର ମାଟି ଫାଟି ଆଁ କଲାଣି । ଚଳିତ ବର୍ଷ ବର୍ଷାଭାବରୁ ଏଭଳି ସ୍ଥିତି ଦେଖିବାକୁ ମିଳିଥିବାବେଳେ ଏହି ଜଳସେଚନ ପ୍ରକଳ୍ପ ଉପରେ ନିର୍ଭର କରି ଚାଷକାର୍ଯ୍ୟ ଆରମ୍ଭ କରି ଆସୁଥିବା ଚାଷୀକୂଳ ଏବେ ଚିନ୍ତାରେ ।
କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାର ଅଧିକାଂଶ ଜନସାଧାରଣ ମୁଖ୍ୟତଃ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୯୭୬ ମସିହାରେ ତିଲେଇବଣି ବ୍ଲକ ଦୁଧିଆନାଳୀ ପଞ୍ଚାୟତ ଅନ୍ତର୍ଗତ ଗୋହିରା ଠାରେ ଏକ ନଦୀବନ୍ଧ ନିର୍ମାଣ କରାଇ ମଧ୍ୟମ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ । ୨୮ ମିଟର ଉଚ୍ଚତା ଓ ୩ ହଜାର ୫ ଶହ ୫୦ ମିଟର ବିଶିଷ୍ଟ ମାଟି ନଦୀବନ୍ଧର ୫ଟି ଗେଟ ନିର୍ମାଣ କରାଯାଇଥିବାବେଳେ ଏହି ଜଳ ଭଣ୍ଡାରର ପୂର୍ଣ୍ଣସ୍ତର ୨୩୫.୫୦ ମିଟର ଓ ସର୍ବାଧିକ ଜଳଧାରଣ କ୍ଷମତା ୨୩୬ ମିଟର ରଖାଯାଇଥିଲା। ଏହି ପ୍ରକଳ୍ପ ନିର୍ମାଣରେ ୪ଟି ଗ୍ରାମ ସମ୍ପୂର୍ଣ୍ଣ ବୁଡିଥିବା ବେଳେ ୭ଟି ଗ୍ରାମ ଆଂଶିକ କ୍ଷତିଗ୍ରସ୍ତ ହୋଇ ବହୁ ଜନସାଧାରଣ ବିସ୍ଥାପିତ ହୋଇଥିଲେ।
ଶୁଖିଗଲା ଗୋହିରା ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ - ଜଳସେଚନ ପ୍ରକଳ୍ପ
ଶୁଖିଗଲା ଜିଲ୍ଲାର ପ୍ରମୁଖ ଗୋହିରା ଜଳସେଚନ ପ୍ରକଳ୍ପ । ଜଳଭଣ୍ଡାର ମାଟି ଫାଟି ଆଁ କଲାଣି । ଚଳିତ ବର୍ଷ ବର୍ଷାଭାବରୁ ଏଭଳି ସ୍ଥିତି ଦେଖିବାକୁ ମିଳିଥିବାବେଳେ, ଏହି ଜଳସେଚନ ପ୍ରକଳ୍ପ ଉପରେ ନିର୍ଭର କରି ଚାଷକାର୍ଯ୍ୟ ଆରମ୍ଭ କରି ଆସୁଥିବା ଚାଷୀକୂଳ ଏବେ ଚିନ୍ତାରେ । ଅଧିକ ପଢନ୍ତୁ...
ଶୁଖିଗଲା ଗୋହିରା ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ
ଶୁଖିଗଲା ଗୋହିରା ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ
ଗୋହିରା ଜଳଭଣ୍ଡାର ଜଳଶୂନ୍ୟ ହୋଇ ପଡ଼ିଥିବାବେଳେ ଏହି ନଦୀବନ୍ଧ ନିର୍ମାଣର ଅସଲ ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ । ସବୁଠାରୁ ଉଦବେଗର ବିଷୟ ହେଲା ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ସାରା ଜିଲ୍ଲାରେ ମରୁଡିର ଆଶଙ୍କା ବୃଦ୍ଧି ପାଉଥିବାବେଳେ ଜିଲ୍ଲାର ଅନ୍ୟତମ ପ୍ରମୁଖ ଗୋହିରା ଜଳଭଣ୍ଡାର ଶୁଖିଲା ପଡିବା ପରିସ୍ଥିତିକୁ ଅଧିକ ଜଟିଳ କରିଛି ।
ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ
Last Updated : Aug 25, 2021, 8:27 PM IST