ଓଡିଶା

odisha

ETV Bharat / state

କ୍ଷତିପୂରଣ ଦେଉନି ଗେଲ ଇଣ୍ଡିଆ, ପାଇପ ବିଛା କାର୍ଯ୍ୟକୁ ତୀବ୍ର ବିରୋଧ - Gail India company is cheating villagers

ପାରାଦୀପ ଠାରୁ ହଳଦିଆ ପର୍ଯ୍ୟନ୍ତ ଗ୍ୟାସ ପାଇପ ବିଛାଉ ଥିବା ଗେଲ ଇଣ୍ଡିଆ କ୍ଷତିଗ୍ରସ୍ତ ଲୋକଙ୍କୁ ଉଚିତ କ୍ଷତିପୂରଣ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ପାଇପ ବିଛା କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି ଦେବଗଡ଼ ଜିଲ୍ଲା କୁରଡ଼ପଶି ଗ୍ରାମର କ୍ଷତିଗ୍ରସ୍ତ ପ୍ରଜା ।

କ୍ଷତିପୂରଣ ଦେବାରେ ଲୋକଙ୍କୁ ଠକୁଛି ଗେଲ ଇଣ୍ଡିଆ
କ୍ଷତିପୂରଣ ଦେବାରେ ଲୋକଙ୍କୁ ଠକୁଛି ଗେଲ ଇଣ୍ଡିଆ

By

Published : Jan 31, 2021, 8:00 PM IST

ଦେବଗଡ଼: ଗେଲ ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ନେଇ ବୃଦ୍ଧି ପାଉଛି ଜନ ଅସନ୍ତୋଷ । ପାରାଦୀପ ଠାରୁ ହଳଦିଆ ପର୍ଯ୍ୟନ୍ତ ଗ୍ୟାସ ପାଇପ ବିଛାଉ ଥିବା ଗେଲ ଇଣ୍ଡିଆ କ୍ଷତିଗ୍ରସ୍ତ ଲୋକଙ୍କୁ ଉଚିତ କ୍ଷତିପୂରଣ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ପାଇପ ବିଛା କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି ଦେବଗଡ଼ ଜିଲ୍ଲା କୁରଡ଼ପଶି ଗ୍ରାମର କ୍ଷତିଗ୍ରସ୍ତ ଗ୍ରାମବାସୀ ।

କ୍ଷତିପୂରଣ ଦେବାରେ ଲୋକଙ୍କୁ ଠକୁଛି ଗେଲ ଇଣ୍ଡିଆ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ପଞ୍ଚାୟତର କୁରଡ଼ପଶି ଗାଁଦେଇ ଗେଲ ଇଣ୍ଡିଆ ପକ୍ଷରୁ ଜଗଦିଶପୁର-ହଳଦିଆ-ଵୋକାରୋ- ଧାମରା ଗ୍ୟାସ ପାଇପ ବିଛା କାର୍ଯ୍ୟ ଚାଲିଛି । ଏଥିରେ ଜମି ହରାଉଥିବା ଲୋକମାନେ ଉଚିତ କ୍ଷତିପୂରଣ ପାଇନାହାନ୍ତି । ଏଥିସହ କ୍ଷତିଗ୍ରସ୍ତ ଲୋକଙ୍କୁ ଉଚିତ କ୍ଷତିପୂରଣ ଦେବାରେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଥିବା ଅଭିଯୋଗ କରିଛନ୍ତି କୁରଡ଼ପଶି ଗ୍ରାମବାସୀ ।

ଜମି ଅଧିଗ୍ରହଣ ବେଳେ କୁରଡ଼ପଶି ଗାଁର କ୍ଷତିଗ୍ରସ୍ତ ଲୋକଙ୍କୁ କମ୍ପାନୀ ପକ୍ଷରୁ ଏକର ପ୍ରତି 10 ଲକ୍ଷ 50 ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାପାଇଁ ପାଇଁ ନୋଟିସ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ବଦଳାଇ ପ୍ରତି ଏକର ପିଛା 1 ଲକ୍ଷ 5 ହଜାର ଟଙ୍କା ଦେବାପାଇଁ ପୁନର୍ବାର ନୋଟିସ ଦେଇ ଲୋକଙ୍କ ପାଖରୁ ଦସ୍ତଖତ ନେଉଥିବା ଅଭିଯୋଗ ହେଉଛି ।

ଅନ୍ୟପକ୍ଷରେ କୁରଡ଼ପଶି ଗାଁଠାରୁ ମାତ୍ର 400 ମିଟର ଦୂରରେ ଥିବା କୁଣ୍ଢେଇଗୋଳା ଗାଁରେ ଏକର ପ୍ରତି 26 ଲକ୍ଷ ଟଙ୍କା ଲେଖାଏଁ ଦିଆଯିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ନୋଟିସ ଦେଇଥିବାବେଳେ, କୁଣ୍ଢେଇଗୋଳା ଗାଁଠାରୁ ମାତ୍ର 400 ମିଟର ବ୍ୟବଧାନରେ ଥିବା କୁରଡ଼ପଶି ଗାଁରେ କ୍ଷତିଗ୍ରସ୍ତଙ୍କୁ ଏକର ପ୍ରତି 1 ଲକ୍ଷ 5 ହଜାର ଟଙ୍କା ଦିଆଯିବା ନିଷ୍ପତ୍ତିକୁ ଗ୍ରାମବାସୀ ସହଜେ ଗ୍ରହଣ କରିପାରୁ ନାହାନ୍ତି ।

ତେବେ କ୍ଷତିଗ୍ରସ୍ତ ଗ୍ରାମବାସୀ ଏହାକୁ ଘୋର ବିରୋଧ କରିବା ସହିତ ପାଇପ ବିଛା କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ଏହାର ପୁନର୍ବିଚାର ନକରିବା ପର୍ଯ୍ୟନ୍ତ ଜମିରେ ଏହି ପାଇପ ବିଛାଇବାକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

କ୍ଷତିଗ୍ରସ୍ତ ଲୋକଙ୍କ ଅସନ୍ତୋଷ ଆଗକୁ ଜନ ଆନ୍ଦୋଳନର ରୂପ ନେବା ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏହାର ପୁନର୍ବିଚାର କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details