ଦେଓଗଡ:ଲାଳନ ପାଳନ କରିବାକୁ ନିଜର ବୋଲି କେହିନାହିଁ । ବାପ ମାଆ ଆରପାରିକୁ ଚାଲିଯିବା ପରେ ନିଜ ବୋଝ ନିଜ କାନ୍ଧରେ ବୋହି ବଞ୍ଚିବାକୁ ସାହାରା ଖୋଜୁଛନ୍ତି ଚାରିଜଣ ଅନାଥ ଶିଶୁ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ସାତକିଆରୀ ଗାଁରେ । ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠିଯାଇଛି । ଦଇବ ଦେଇଥିବା ଏ ଦୁଃଖ ଭିତରେ ନିଜ କାନ୍ଧରେ ବୋହି ଚାଲିଛନ୍ତି ଭାର । ବଞ୍ଚିବା ପାଇ ରାହା ଖୋଜୁଛନ୍ତି । ସହାୟତା କହିଲେ କିଛି ନାହିଁ । ଦିନେ ଖାଇଲେ ଆର ଓଳିକୁ ଓପାସ । କେବେ କେବେ ପଡୋଶୀ ସହାୟତା କରନ୍ତି । ହେଲେ ସବୁ ସମୟରେ ତାହା ସମ୍ଭବ ହୁଏନାହିଁ । ଏପରି ଜୀବନ ଜିଉଁଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ସାତକିଆରୀ ଗାଁରେ 4 ବେସାହାରା ପିଲା ।
ଯେଉଁ ବୟସରେ ସ୍କୁଲ ଯାଇ ପାଠ ପଢିଥାନ୍ତେ । ଅନ୍ୟ ପିଲାପରି ସାଧାରଣ ଜୀବନ ବଞ୍ଚିଥାନ୍ତେ ହେଲେ ସେସବୁ ସେମାନଙ୍କ ପାଇଁ ସ୍ବପ୍ନ ହୋଇଛି । ଲାଳନ ପାଳନ କରିବାକୁ ନିଜର ବୋଲି କେହି ନାହିଁ । ବାପ ମାଆ ଆରପାରିକୁ ଚାଲିଯିବା ପରେ ନିଜ ବୋଝ ନିଜ କାନ୍ଧରେ ବୋହି ବଞ୍ଚିବାକୁ ସାହାରା ଖୋଜୁଛନ୍ତି ଚାରିଜଣ ବେସାହାରା ଶିଶୁ । ରିଆମାଳ ବ୍ଲକ କଣ୍ଟାବାହାଳ ପଞ୍ଚାୟତ ସାତକିଆରୀ ଗାଁରେ ନିଜର ଚାରିଜଣ ସନ୍ତାନଙ୍କୁ ନେଇ ବସବାସ କରୁଥିଲେ ସୋନିଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ପାର୍ବତୀ ମୁଣ୍ଡା ।